(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍ରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ ଜଣେ ଡାକ୍ତର ରହିବେ। ଗୋଟେ ଡ୍ରେସିଂ କେନ୍ଦ୍ର ଖୋଲା ରହିବ। ଚର୍ମ, ଚକ୍ଷୁ, କାନର ସ୍ବତନ୍ତ୍ର ସ୍ପେସାଲିଷ୍ଟ ମଧ୍ୟ ରହିବେ। ଏଥିସହ ଆଟେଣ୍ଡାଣ୍ଟ ଓ ନର୍ସମାନେ ମଧ୍ୟ ସଜାଗ ରହିବେ। ଏନେଇ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି ।