ରଙ୍ଗ ତୂଳିରେ ସଚେତନତାର ବାର୍ତ୍ତା

(ଉଦଳା/ଦୀପକ ମିଶ୍ର): ଦିନଥିଲା ପାଚେରୀ ଅଲୋଡ଼ା ଥିଲା । ତେବେ କଳାକାରଙ୍କର ରଙ୍ଗ ତୁଳିରେ ସ୍ପର୍ଶରେ ବିଭିନ୍ନ ସଚେତନତାର ବାର୍ତ୍ତା ଦେଖିବାକୁ ମିଳିଛି । ଆସନ୍ତୁ ନିଜେ ସଚେତନ ହେବା ଅନ୍ୟକୁ ସଚେତନ କରାଇବା । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହି ବିଜ୍ଞାପିତ ଅଞ୍ଚଳରେ ଥିବା ବିଭିନ୍ନ ପାଚେରୀରେ ଏବେ ବିଭିନ୍ନ ସଚେତନତାର ବାର୍ତ୍ତା ଦେଖିବାକୁ ମିଳୁଛି । କଳାକାରଙ୍କର ନିଖୁଣ କଳାକୃତିରେ ଶୋଭା ପାଉଛି ସଚେତନତାର ବାର୍ତା । ଏବେ ବିଶ୍ୱ ମହାମାରୀ କରୋନା ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ୟନ୍ତ କରୋନା ପାଇଁ ବିଭିନ୍ନ ସଚେତନତାର ବାର୍ତ୍ତା ଦେଉଛନ୍ତି । କେବଳ କରୋନା ପାଇଁ ସଚେତନତାର ଚିତ୍ର ନୁହେଁ ଏହିପରି ଭାବେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ପରିବେଶ ପ୍ରଦୂଷଣ ଉପରେ ବିଭିନ୍ନ ସଚେତନତାର ବାର୍ତା ପାଚେରୀ ଉପରେ ଅଙ୍କା ଯାଇଛି । ଲୋକଙ୍କର କହିବା କଥା ପାଚେରୀ ଚିତ୍ର ମାଧ୍ୟମରେ ପ୍ରତେକ ଦିନ ସଚେତନତାର ବାର୍ତ୍ତା ଦେଖିବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଏକ ମାଧ୍ୟମ ବୋଲି କହିଛନ୍ତି ।