ଯୋଧପୁରରେ ୧୮୯ ପକ୍ଷୀଙ୍କ ମୃତ୍ୟୁ

ଜୟପୁର: ରାଜସ୍ତାନରେ ବାର୍ଡ ଫ୍ଲୁ ଆଶଙ୍କା । ଜୋଧପୁରର ଏକ ଡିଫିଜିନାଲ ଫରେଷ୍ଟ ଅଫିସର (ଡିଏଫଓ) ଏହି ସୂଚନା ଦେଇଛନ୍ତି । ଯୋଧପୁର ଜିଲ୍ଲା କପର୍ଦ୍ଦା ଅନ୍ତର୍ଗତ ଏକ ଗାଁରେ ନଭେମ୍ବର ୬ ତାରିଖ ଦିନ ୫୬ଟି ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରମେଶ ମାଲପାନି, ଡିଏଫଓ, ଯୋଦପୁର କହିଛନ୍ତି, ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଟେଷ୍ଟରୁ ଏହା ଆଭିଆନ ଇଫ୍ଲୁଏଞ୍ଜା ବୋଲି ଚିହ୍ନଟ ହୋଇଛି ଓ ପ୍ରୋଟୋକଲ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ସେ ଆହୁରି କହିଛନ୍ତି, ମୋଟ ୧୮୯ ପକ୍ଷଙ୍କ ମୃତ୍ୟୁ ହୋଇଛି । ପକ୍ଷୀଙ୍କୁ ସଂକ୍ରମିତ କରୁଥିବା ଏଭିଆନ ଇନଫ୍ଲୁଏଞ୍ଜା ଏକ ବିପଦଜନକ ସଂକ୍ରମଣ ଓ ପକ୍ଷୀଙ୍କ ମଧ୍ୟରେ ଏଚ୫ଏନ୧ ଇନଫ୍ଲୁଏଞ୍ଜା ଭୂତାଣୁ ପାଇଁ ଶ୍ୱାସଗତ ରୋଗ ଦେଖାଦେଇଥାଏ, ଯେଉଁ ସଂକ୍ରମଣ ସମୟ ସମୟରେ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିଥାଏ । ଚଳିତ ମାସ ପ୍ରାରମ୍ଭରେ, କରପାଡା ଗାଁରେ ୮୦ ପ୍ରବାସୀ ପକ୍ଷୀଙ୍କ ମୃତଦେହ ଠାବ ହୋଇଥିଲା ।