(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର) : ଶ୍ରୀ ସୁକାନ୍ତ କୁମାର ଜେନା ତା ୨୩/୦୧/୨୦୨୧ଠାରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପରିସଂଖ୍ୟକ୍ଷନ କାର୍ୟ୍ୟାଳୟ ରେ ଉପ ନିର୍ଦେଶକ ଭାବେ ଯୋଗଦାନ କରି କାର୍ୟ୍ୟରତ ଥିଲେ । ଯୋଜନା ଓ ସମନ୍ୱୟ ବିଭାଗ ଆଦେଶ ସଂଖ୍ୟା ୧୫୭୩୪, ତା ୨୨/୧୨/୨୧ଅନୁଯାୟୀ ଶ୍ରୀ ଜେନା ଉପନିର୍ଦେଶକ ପଦବୀରୁ ପଦୋନ୍ନତି ପାଇ ଯୋଜନା ଓ ପରିସଂଖ୍ୟକ୍ଷନ କାର୍ୟ୍ୟାଳୟ ସୁବର୍ଣ୍ଣପୁର ରେ ଯୁଗ୍ମ ନିର୍ଦେଶକ ପଦବୀରେ ନୂତନ ଭାବେ ଯୋଗଦାନ କରିଛନ୍ତି । ସେ ସୁବର୍ଣ୍ଣପୁର କାର୍ୟ୍ୟାଳୟ ସହିତ ବଲାଙ୍ଗୀର ଜିଲ୍ଲାର ଯୋଜନା ଓ ପରିସଂଖ୍ୟନ କାର୍ୟ୍ୟାଳୟ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବୋଲି କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ । ତାଙ୍କର ଏହି ପଦୋନ୍ନତି ରେ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଇଛନ୍ତି ।