ଯୋଗୀଙ୍କୁ ଝଟକା: ମନ୍ତ୍ରୀମଣ୍ଡଳ ଛାଡିଲେ ଆଉ ଜଣେ

ଲକ୍ଷେ୍ନø: ଯୋଗୀଙ୍କୁ ଆଉ ଏକ ଝଟକା । ଯୋଗୀ ସରକାରର ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଆଜି କ୍ୟାବିନେଟର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଦାରା ସିଂହ ଚୌହାନ ନିିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ସିଂହ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଥିଲେ ତାକୁ ନିର୍ବାହ କରିବାକୁ ସମସ୍ତ ପ୍ରୟାସ କରିଛି । କିନ୍ତୁ ସରକାର ପଛୁଆବର୍ଗ, ବଞ୍ଚିତ, ଉପେକ୍ଷିତ, ଦଳିତ, ଚାଷୀ, ବେରୋଜଗାର ଯୁବକଙ୍କୁ ଉପେକ୍ଷା କରିଛନ୍ତି । ଏହା ସହ ପଛୁଆ ବର୍ଗ ଓ ଦଳିତଙ୍କ ଆରକ୍ଷଣକୁ ନେଇ ଯେଉଁଭଳି ଖେଳୁଛନ୍ତି ତାହା ବ୍ୟଥିତ କରିଛି ।
ଅନ୍ୟପକ୍ଷରେ, ଚର୍ଚ୍ଚା ହେଉଛି କି ସେ ମଧ୍ୟ ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିର୍ରେ ସାମିଲ ହେବେ । ପୂର୍ବରୁ ମୌର୍ଯ୍ୟ ମଧ୍ୟ ସାମଜବାଦୀ ପାର୍ଟିରେ ସାମିଲ ନେଇ ସୂଚନା ଦେଇସାରିଛନ୍ତି । ତାଙ୍କ ସହ ଆଉ ୩ ଜଣ ବିଧାୟକ ବିଜେପି ଛାଡିବାକୁ ପ୍ରସ୍ତୁତ ହୋଇସାରିଛନ୍ତି ।