(ସୁନ୍ଦରଗଡ) : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସେପ୍ଟିବାହଲ କୁମ୍ଭାରପଡାଠାରେ । ସୂଚନାଅନୁଯାୟୀ, ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସେପ୍ଟିବାହଲ କୁମ୍ଭାରପଡାଠାରେ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ହେଲେ ହେଲେ ସୁନ୍ଦରଗଡ ଡେଙ୍ଗିବାଡିର ଈଶ୍ବର ନାଗ । ଘରୋଇ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସଦର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।