(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୫୬ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କ ଘର ବରୀ ବ୍ଲକରେ । ଉଭୟ ପୁରୁଷ ଏବଂ ଏମାନଙ୍କର ବୟସ ୪୮ ଓ ୫୫ ବର୍ଷ । ଏମାନେ କୋଲକାତାରୁ ଫେରିଥିଲେ ମଧ୍ୟ କରୋନା ଲକ୍ଷଣ ଏମାନଙ୍କ ପାଖରେ ନ ଥିଲା। ତଥାପି କ୍ୱାରେଣ୍ଟିନରେ ରଖାଯାଇଥିଲା । ରାଜ୍ୟରେ କରୋନା ଆକ୍ଟିଭ କେସ ୧୦୦ ଥିବାବେଳେ ୫୫ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।