(ରିପୋଟରର୍ସ ଟୁଡ଼େ): ସୁର୍ଯ୍ୟଙ୍କ ପ୍ରକୋପ ବଢିବା ସହ ଛୁଆଙ୍କ ବିଦ୍ୟାଳୟ ଛୁଟିହୋଇଗଲାଣି । ତେବେ ଛୁଟିରେ ଛୁଆମାନେ ଅଧିକାଂଶ ସମୟରେ ୱାଟରପାର୍କ ବୁଲିବାକୁ ଇଚ୍ଚା ପ୍ରକାଶ କରିଥାନ୍ତି । ତେବେ ୱାଟରପାର୍କ ଯିବା ସମୟରେ ଧ୍ୟନ ଦିଅନ୍ତୁ ଏସବୁ ପ୍ରତି:-
୧. ଏକ୍ସଟ୍ରା ବ୍ୟାଗ୍ ସାଙ୍ଗରେ ନିଅନ୍ତୁ, ଯେଉଁଥିରେ ଓଦା ହୋଇଯାଇଥିବା କପଡାକୁ ପ୍ୟାକ୍ କରି ଆଣିପାରିବେ। ଏହାଦ୍ୱାରା ଆପଣଙ୍କର ଅନ୍ୟ କପଡା ନଷ୍ଟ ହେବ ନାହିଁ।
୨. ତ୍ୱଚାକୁ ସୁରକ୍ଷା ଦେବା ପାଇଁ ଉତ୍ତମ କ୍ୱାଲିଟିର ସନ୍ସ୍କ୍ରିନ୍ ଲୋଶନ୍ ଲଗାନ୍ତୁ। ୩୦-୫୦ ଏସ୍ପିଏଫ୍ ସନ୍ସ୍କିନ୍ ଲୋଶନ୍ ତ୍ୱଚା ପାଇଁ ଉତ୍ତମ। ଖରାରେ ବାହାରକୁ ଯିବାର ଅଧଘଣ୍ଟା ପୂର୍ବରୁ ଏହାକୁ ଶରୀରରେ ଲଗାନ୍ତୁ। ସୁଇମିଂ କରିସାରିବା ପରେ ଆଉ ଥରେ ସନ୍ସ୍କିନ୍ ଲୋଶନ୍ ଲଗାନ୍ତୁ।
୩.କପଡ଼ା ନିଅନ୍ତୁ। କାରଣ ସେଠାରେ କେଉଁ ପରିସ୍ଥିତିରେ କପଡ଼ା ଖରାପ ହେବ ଆପଣ ଜାଣି ବି ପାରିବେନି। ବ୍ୟାଗ୍ରେ ଏକ୍ସଟ୍ରା କପଡ଼ା, ଟାଓ୍ବେଲ,ଶାମ୍ପୋ, ସାବୁନ, ଚପଲ ରଖନ୍ତୁ।
୪.ପାର୍କର ମସ୍ତିରେ ଆପଣ ପିଲାକୁ ଭୁଲି ଯାଆନ୍ତୁ ନାହିଁ। ପିଲାର ସୁରକ୍ଷା ସର୍ବପ୍ରଥମେ ହେବା ଦରକାର। ସୁଇମିଂ ପୂର୍ବରୁ ଓ୍ବାଟର ଗଗଲ୍ସ ପିନ୍ଧାନ୍ତୁ। ଯାହାଦ୍ୱାରା ଆଖିକୁ ପାଣି ଯାଇପାରିବ ନାହିଁ। ଧ୍ୟାନ ରଖନ୍ତୁ ଯେପରି ସେ ଅତ୍ୟଧିକ ପାଣି ଭିତରକୁ ନ ଯିବ।