ମୋ ସ୍କୁଲ ଅଭିଯାନରେ ୩୨.୧୭ଲକ୍ଷ ଟଙ୍କା ପ୍ରଦାନ

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ସ୍କୁଲରୁ ମଙ୍ଗଳବାର ମୋ ସ୍କୁଲ ଯୋଜନାରୁ ମୋଟ ୩୨ଲକ୍ଷ ୧୭ହଜାର ୨ଶହ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଅଧ୍ୟକ୍ଷତା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ଏବିଇଓ ଚମ୍ପେଶ୍ଵର ଦାଶ, ଲକ୍ଷ୍ମଣ ରଥ, ବୀରମହାରାଜପୁର ବାଳକ ହାଇସ୍କୁଲ ପ୍ରଧାନଶିକ୍ଷକ ବୈଦ୍ୟନାଥ କର୍ଣ୍ଣ, ଅବସରପ୍ରାପ୍ତ ଶିକ୍ଷକ ଭୁଷଣ ପାତ୍ର ଅତିଥିଭାବେ ଯୋଗଦେଇଥିଲେ। ସିଆରସିସି ଅଭିମନ୍ୟୁ ବଗର୍ଭି କାର୍ୟ୍ୟକ୍ରମ ସଂଯୋଜନା, ଅକ୍ଷୟ ରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ୧୬ଟି କ୍ଲଷ୍ଟରର ସମସ୍ତ ସ୍କୁଲ ପ୍ରଧାନଶିକ୍ଷକ ଓ ସିଆରସିସିମାନେ ଯୋଗଦେଇଥିଲେ। ବୁଠିପଦର କ୍ଲଷ୍ଟର ମୋ ସ୍କୁଲ ଯୋଜନାକୁ ସର୍ବାଧିକ ୫ଲକ୍ଷ ୬୩ ହଜାର ଟଙ୍କା ପ୍ରଦାନ କରିଥିଲେ। ସର୍ବାଧିକ ଟଙ୍କା ପ୍ରଦାନ କରିଥିବାରୁ ବୁଠିପଦର କ୍ଲଷ୍ଟରର ସିଆରସିସି ଅଜିତ କୁମାର ନାଏକଙ୍କ ସମେତ କ୍ଲଷ୍ଟରର ପାଞ୍ଚଜଣ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବିଇଓ ଲକ୍ଷ୍ମଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ।