ମୋବାଇଲ ପାଇଁ ଭାଇ ନେଲା ଭାଇର ଜୀବନ

(ବୈପାରିଗୁଡା) : ମୋବାଇଲ ପାଇଁ ଚାଲିଗଲା ଜୀବନ । ଦୁଇ ଭାଇଙ୍କ ଭିତରେଏ ମୋବାଇଲ ପାଇଁ ଚାଲିଥିଲ ।ବିବାଦ । ଆଉ ଏହି ବିବାଦ ହିଁ ନେଲା ହତ୍ୟାର ରୂପ । ସାନ ଭାଇର ଛୁରାମାଡରେ ବଡ଼ ଭାଇର ମୃତ୍ୟୁ । ଘଟିଥିବା ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଠାରେ ।
ସୂଚନାରୁ ପ୍ରକାଶ ଯେ୍ , ଲକ୍ଷ୍ମୀକାନ୍ତ ପ୍ରଧାନୀ (୨୯) ଗତ କିଛି ମାସ ତଳେ ନିଜ ଭିଣୋଇଙ୍କ ମୋବାଇଲ ଫୋନ ଆଣିଥିଲେ। ତେବେ ଫୋନଟି ଭାଙ୍ଗି ଯାଇଥିଲା। ତେବେ ଭଉଣୀ ଲକ୍ଷ୍ମୀକାନ୍ତକୁ ଫୋନଟିକୁ ସଜାଡି ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ସେ ଆଜି କାଲି କହି ଦିନ ଗଡ଼େଇ ଚାଲିଥିଲା । ଗତକାଲି ରାତି ନଅଟା ବେଳେ ଭଉଣୀ ଫୋନ୍ ଫେରାଇବାକୁ ଲକ୍ଷ୍ମୀକାନ୍ତକୁ ବାଧ୍ୟ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ଫୋନକୁ ନେଇ ଯୁକ୍ତିତର୍କ ହେବା ଯୋଗୁ ବଡ଼ ଭାଇ କାହ୍ନୁଚରଣ ଏଥିରେ ହସ୍ତକ୍ଷେପ କରିଥିଲେ। ଫୋନ୍ ସଜାଡ଼ିବା କିମ୍ବା ନୂଆ ଫୋନ କିଣି ଦେବା ପାଇଁ କହିବା ସହ ଏପରି ଅଯଥା ଯୁକ୍ତିତର୍କ ନକରିବା ପାଇଁ ସାନ ଭାଇକୁ ତାଗିଦ କରିବାରୁ ଲକ୍ଷ୍ମୀକାନ୍ତ ବଡ଼ଭାଇ ଉପରେ ରାଗି ଯାଇ ଗାଳି ଗୁଲଜ କରିଥିଲା। କାହ୍ନୁ ସାନଭାଇର ଏପରି ବ୍ୟବହାର ଦେଖି ଦୁଇ ଚାପୁଡ଼ା ବାଡେଇବାରୁ ଫୋନ ବାବଦକୁ ଟଙ୍କା ଫେରେଇ ଦେବି କିମ୍ବା ନୂଆ ଫୋନ କିଣି ଦେବି କହି ନିଜ ବଖରାକୁ ଭିତରକୁ ଯାଇ ଛୁରୀଟିଏ ଆଣି ଅଚାନକ ବଡ଼ଭାଇ କାହ୍ନୁଚରଣକୁ ଛୁରୀରେ ଆକ୍ରମଣ କରିଥିଲା। ଗୁରୁତର ଭାବେ ଆହତ କାହ୍ନୁକୁ ପ୍ରଥମେ ବୈପାରିଗୁଡା ଡାକ୍ତରଖାନା ଏବଂ ପରେ ଜୟପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁଚରଣର ମୃତ୍ୟୁ ଘଟିଥିଲା।
ଆକ୍ରମଣ କରିବା ପରେ ଲକ୍ଷ୍ମୀକାନ୍ତ ନିଜ ପୁଅକୁ ଧରି ତାର ଶ୍ଵଶୁର ଘର ଅମଳାଭଟାରେ ପହଞ୍ଚି ପୁଅଟିକୁ ଛାଡ଼ି ଫେରାର ହୋଇଯାଇଛି। ଏତଲା କ୍ରମେ ଘଟଣାସ୍ଥଳରେ ବୈପାରିଗୁଡା ଥାନା ଆଇଆଇସି ଈଶ୍ଵର ତାଣ୍ଡି ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।