ମୈାଳିକ ସୁବିଧା ଦାବି କଲେ ବନ୍ୟା ବିପନ୍ନ

(ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା) : ପ୍ରତିବର୍ଷ ବର୍ଷା ଆସିଲେ ନଦୀ କୂଳିଆ ଅଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ଅନେକ ଲୋକ ବାସଗୃହ ହରାଇବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପଲ୍ଲୀ ସଭାରେ ଦାବି କରିଛନ୍ତି ଗ୍ରାମବାସୀ । ଏଭଳି କିଛି ଘଟଣା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରିକାନପଲ୍ଲୀ ପଞ୍ଚାୟତ ଠାରେ ଦେଖିବାକୁ ମିଳିଛି । ଗିରିକାନପଲ୍ଲୀ ଗ୍ରାମ ପଞ୍ଚାୟତ ପକ୍ଷରୁ ଆୟୋଜିତ ପଲ୍ଲୀ ସଭାରେ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ନଦୀ କୂଳରେ ଅବସ୍ଥିତ ଗ୍ରାମ ଗୁଡିକରେ ଲୋକେ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବା ସହ ଏହାର ସ୍ଥାୟୀ ପ୍ରତିକାର ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।ଗିରିକାନପଲ୍ଲୀ ପଞ୍ଚାୟତ ବନ୍ୟା ଆଶ୍ରୟସ୍ଥଳୀରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପଞ୍ଚାୟତର ରାସ୍ତାଘାଟ, ପରିବେଶ ପରିଚ୍ଛନ୍ନତା, ପାଇଖାନା ନିର୍ମାଣ, ସାଧାରଣ ବଣ୍ଟନ ବ୍ୟବସ୍ଥା, ମନରେଗା କାର୍ୟ୍ୟ, ପୋଖରି ଖନନ, ବାସଗୃହ ଯୋଗାଇବା ସମ୍ପର୍କିତ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ଓ ଆୟ ବ୍ୟୟ ସମ୍ପର୍କିତ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମ ଗିରିକାନପଲ୍ଲୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୁଷି ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଦୁଲେ ମାଡି, ବାଳକୃଷ୍ଣ ମହାପାତ୍ର, ପ୍ରେମାଂଶୁ ସରକାର ଓ ସୁଷେଣ ରାୟ ସମେତ ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବର ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।