(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଜାଣନ୍ତୁ ମୂଳା ପରଟାର ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ- ୨ଟି ମୂଳା, ୨ଟି କଟା କଞ୍ଚାଲଙ୍କା, କଟା ଧନିଆ, ଅଧଇଞ୍ଚ ଅଦା, ଏକ ଚାମଚ ଚାଟ ମସଲା, ଏକ ଚାମଚ ଜିରା ପାଉଡର, ଲୁଣ ସ୍ଵାଦ ଅନୁସାରେ, ୩ କପ୍ ଅଟା, ଅଧା ଟିସ୍ପୁନ ଲୁଣ, ଘିଅ।
ବିଧି- ପ୍ରଥମେ ଏକ ପାତ୍ରରେ ଲୁଣ ପକାଇ ଅଟା ଦଳି ଦିଅନ୍ତୁ। ଏଥିରେ ବେଶୀ ପାଣି ଯେପରି ନରୁହେ। ଏବେ ମୂଳାକୁ ଧୋଇ ଚୋପା ଛଡାଇ ଦିଅନ୍ତୁ। ଏବଂ ପେଷ୍ଟ କରନ୍ତୁ। ଏହି ପେଷ୍ଟକୁ ହାତରେ ଚିପୁଡି ପାଣି ବାହାର କରି ଦିଅନ୍ତୁ। ମୂଳାର କଞ୍ଚାଲଙ୍କା, ଧନିଆ, ଚାଟ ମସଲା, ଜିରା ପାଉଡର, ଲୁଣ ପକାନ୍ତୁ। ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ଏବେ ଅଟା ଗୁଳା କରି ଏଥିରେ ଖୋଲ କରନ୍ତୁ ମୂଳା ମସଲାକୁ ଭର୍ତ୍ତି କରି ମୁହଁ ବନ୍ଦ କରନ୍ତୁ। ଏହାକୁ ବେଲି ଦିଅନ୍ତୁ। ପ୍ରସ୍ତୁତ ହୋଇଥିବା ପରଟାକୁ ଘିଅ ଦେଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୂଳା ପରଟା।