ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପାନୀୟ ଜଳ ସମସ୍ୟା

(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ଖୋଦ୍ ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି । ପିଇବା ପାଣିରେ ବାହାରୁଛି ମେଞ୍ଚା ମେଞ୍ଚା ମଇଳା ଆଉ କେତେ ବେଳେ ଜଙ୍ଗଗୁଣ୍ଡ । ନିର୍ବାଚନ ମଣ୍ଡଳୀରେ ନା ଅଛି ଆବଶ୍ୟକୀୟ ଡାକ୍ତର, ନା ଅଛି ଭଲ ପିଇବା ପାଇଁ ପାନୀୟ ଜଳ ଏଭଳି ଦୃଶ୍ୟ ବେଶ୍ କିଛି ଦିନ ହେଲା ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା।
ଆଜିକୁ ତିନି ଦିନ ହେଲା ଜନ୍ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହିଞ୍ଜିଳି ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ସମ୍ପୂର୍ଣ ପିଇବା ଅନୁପଯୋଗୀ ମାଟିଆ କଲର୍ ସାଙ୍ଗକୁ ଲୁହା ଗୁଣ୍ଡ ମିଶ୍ରଣ ପାଣି ଆସିବା ଫଳରେ ହିଞ୍ଜିଳିର ସହର ବାସୀ ପିଇବା ପାଣି ଯୋଗୁଁ କିଏ ଟାଇଫଡ ଓ ହଇଜା ଆକ୍ରାନ୍ତ ହେବେ ତାହା କହିହେବ ନାହିଁ। କାରଣ ମୁଖ୍ୟତଃ ପାଣିରୁ ଅଧିକାଂଶ ରୋଗ ସୃଷ୍ଟି ହୋଉଥିବା ଡାକ୍ତର ମାନେ ବିଭିନ୍ନ ସମୟ ରେ ପରାମର୍ଶ ଦିଅନ୍ତି।ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇଦିଆଯାଉଥିବା ବିଶୁଦ୍ଧ ପାଣି ଏବେ ସମ୍ପୂର୍ଣ୍ଣ ଅଶୁଦ୍ଧ ଓ ଗୋଳିଆ ପାଣି ଯୋଗାଇ ଦିଆଯାଉଥିବା ଅଞ୍ଚଳ ବାସୀଙ୍କ ଅଭିଯୋଗ।
ସରକାରୀ ବାବୁ ମାନେ ନିଜର ଥଣ୍ଡା କୋଠରୀରେ ଅତ୍ୟାଧୁନିକ ଇଲୋକ୍ଟ୍ରିନିକ୍ ଫିଲଟରର ପାଣି ପିଉଥିବାବେଳେ ସାଧାରଣ ଅଞ୍ଚଳ ବାସୀଙ୍କ ଅସୁବିଧା ଜାଣିପାରୁ ନଥିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟ ପଟେ ହିଞ୍ଜିଳିକାଟୁ ଏବେ ପୌର ପରିଷଦ ହୋଇଥିବାରୁ ଜନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଠାରେ ଦାୟିତ୍ଵ ରେ ଥିବା ଜଣେ ଯନ୍ତ୍ରୀ ୩ଟି ସ୍ଥାନରେ ଦାୟିତ୍ଵ ରହୁଥିବାରୁ ସେ ଦାୟିତ୍ଵକୁ ସୁଚରା ରୂପେ ତୁଲାଇ ପାରୁ ନାହାନ୍ତି ନା ଆଉ କିଛି ଅଭିସନ୍ଧି ରହିଛି ତାହା ସମୟ କହିବ। ହିଞ୍ଜିଳିକାଟୁକୁ ଜଣେ ସ୍ଵତନ୍ତ୍ର ଯନ୍ତ୍ରୀଙ୍କୁ କାର୍ୟ୍ୟଭାର ଦେବା ପାଇଁ ସହର ବାସୀଙ୍କ ପକ୍ଷରୁ ଦାବୀ। ଏହି ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।ଏଭଳି ଘଟଣାକୁ ଗୁରୁତ୍ଵ ସହ ନେଇ ପାଣିର ନମୁନା ପରୀକ୍ଷା କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନହେଲେ ଆଗାମୀ ଦିନରେ ଲୋକ ଆନ୍ଦୋଳନ କରିବେ ବୋଲି କହିଛନ୍ତି।