(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପାରିପାର୍ଶ୍ୱକ ବିକାଶ ଓ ପାଦେ ଆଗକୁ ନେବାପାଇଁ ଆଜି ରାମଚଣ୍ଡୀ ମନ୍ଦିର ସମୁକ୍ଷରେ ଶିଳାନ୍ୟାସ କଲେ ପର୍ୟ୍ୟଟନ ମନ୍ତ୍ରୀ ଜୋତିପ୍ରକାଶ ପାଣିଗ୍ରାହୀ ଓ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା । ୧୬.୯୮ କୋଟିଟଙ୍କା ବ୍ୟୟରେ ରାମଚଣ୍ଡୀ ପାରିପାର୍ଶ୍ଵ ସୌନ୍ଦର୍ୟ୍ୟକରଣ କରାଯିବା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ପ୍ରସ୍ତାବିତ ବିକାଶ କାର୍ୟ୍ୟ ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ କରି ଲୋଟସ ରିସର୍ଟ ପର୍ୟ୍ୟନ୍ତ ସୌନ୍ଦର୍ୟ୍ୟକରଣ କରିବା ସହିତ ଜାନ ବହନ ରହଣି ସ୍ଥଳୀ, ଭେଣ୍ଡିଂ ଜୋନ, ପିଲାମାନଙ୍କ ଖେଳ ସ୍ଥାନ, ଆଶ୍ରୟ ସ୍ଥଳୀ,ବସିବା ଵେବସ୍ଥା, ରାସ୍ତା ପାର୍ଶ୍ଵରେ ଆଲୋକ କରଣ ଏବଂ ପର୍ୟ୍ୟଟକ ଙ୍କ ପାଇଁ ସାଇନେଜର ଵେବସ୍ଥା କରିଯିବ କ୍ଷ କିଭଳି ଅଧିକ ମାତ୍ରାରେ ପର୍ୟ୍ୟଟକ ମାନେ ଆକୃଷ୍ଟ ହେବେ ସେଥିପାଇଁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି ।
ଏପଟେ ରାମଚଣ୍ଡୀ ର ବିକାଶ ହେଲେ କୋଣାର୍କ ରାମଚଣ୍ଡୀ ଅଞ୍ଚଳ ର ବିକାଶ ହେବା ସହିତ ଦୋକାନୀ ସ୍ଥାନୀୟ ବାସିନ୍ଦା ଖୁସି ରହିବେ ବୋଲି ରାଜ୍ୟ ସରକାର ବିକାଶ କାର୍ୟ୍ୟ ଆରମ୍ଭ କରିବାକୁ ୧୬.୯୮ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ମା ରାମଚଣ୍ଡୀ ମନ୍ଦିର ର ସୁରକ୍ଷା କଥା ଭୁଲିଯିବାକୁ ନେଇ ପ୍ରଶ୍ନ କରିଛନ୍ତି ପୂଜକ ଓ ସ୍ଥାନୀୟ ବାସିନ୍ଦା।
ରାଜ୍ୟ ସରକାର ମଠ ମନ୍ଦିର ର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ମା ରାମଚଣ୍ଡୀ ମନ୍ଦିର ଏବେ ବିପଦ ସଙ୍କେତ ରେ ରହିଛି। କେବେ ମା ରାମଚଣ୍ଡୀ ମନ୍ଦିର ପ୍ରତି ଦୃଷ୍ଟି ଆକର୍ଷଣ କରିବେ ତାହାକୁ ଅପେକ୍ଷା ।