(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲା କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ମାଲକାନାଗିରିରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ସବୁଠି ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । କିନ୍ତୁ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତେମୁରୁପାଲି ଓ ଲୁଲେରରେ ଥିବା ଦୁଇଟି ବୁଥ୍ରେ ହୋଇନାହିଁ । ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଏହି ଦୁଇ ବୁଥରେ ମାଓବାଦୀଙ୍କ ଭୟରେ ଲୋକେ ଭୋଟ୍ ଦେଇନାହାନ୍ତି। କାରଣ ଭୋଟ୍ ଦେଲେ ଆଙ୍ଗୁଳି କାଟିଦେବାକୁ ପୂର୍ବରୁ ମାଓବାଦୀମାନେ ଧମକ ଦେଇଥିଲେ।
ସେହିପରି ସେହି ମାଥିଲି ବ୍ଲକ୍ର କୋରାପାଲି ଗ୍ରାମବାସୀ ବି ଭୋଟ୍ ବର୍ଜନ କରିଛନ୍ତି। ସେମାନେ କିନ୍ତୁ ମାଓ ଭୟରେ ନୁହେଁ, ଘରଠାରୁ ମତଦାନ କେନ୍ଦ୍ର ଦୂର ୮ କିଲୋମିଟର ହୋଇଥିବା ହେତୁ କେହି ବି ହେଲେ ମତଦାନ କରିବାକୁ ଯାଇ ନଥିବା ସୂଚନା ରହିଛି।
ବିଚ୍ଛିନ୍ନାଞ୍ଚଳର କୁନ୍ତରପଦଠାରେ ୧୨ଟି ମତଦାନ କେନ୍ଦ୍ରରେ ମାଓ ଭୟରେ ବିଳମ୍ବରେ ଭୋଟ୍ ହୋଇଛି। ମାଓବାଦୀଙ୍କଠାରୁ ଧମକ ପାଇବା ପରେ ଭୟରେ କେହି ମତଦାନ କେନ୍ଦ୍ରକୁ ଆସିନଥିବା ସୂଚନା ରହିଛି।