(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୂରଭଞ୍ଜ ବାବନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଟାଉନରୁ ମାରୁଆଡି ସମାଜ ପକ୍ଷରୁ ଶ୍ରୀ ଶ୍ୟାମ ଜୀ ଙ୍କ ପୂଜାଚ୍ଚନା କରି ରାଇରଙ୍ଗପୁର ଓ ବହଲଦା ମାରୁଆଡି ସମାଜର ଭକ୍ତ ମାନେ ବସ୍ ଯୋଗେ ରାଜସ୍ଥାନକୁ ଯାତ୍ରା କରିଛନ୍ତି । ଫଗୁ ଏକାଦଶୀରେ ରାଜସ୍ଥାନରେ ଫଗୁ ମେଳା ରେ ଶ୍ୟାମ ପ୍ରଭୁଙ୍କ ଆଶୀର୍ବାଦ ଭିଷା କରିବେ। ଏଥିପାଇଁ ପ୍ରାୟ ୭୦ ରୁ ଅଧିକ ଯାତ୍ରୀ ରାଜସ୍ଥାନକୁ ଵାହାରି ସେଠାରେ ପହଞ୍ଚି ଚାରି ପାଞ୍ଚ ମନ୍ଦିର ତୀର୍ଥ ଯାତ୍ରା କରିବେ ବୋଲି ଶ୍ୟାମ ଭକ୍ତ ମାନେ ଦର୍ଶାଇଛନ୍ତି ।