(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା ପିପିଲି ବାଇପାସ ଜାତୀୟ ରାଜପଥ ଲୁଟ ଘଟଣାରେ ପିପିଲି ପୋଲିସ କୁ ସଫଳତା…. । ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି ପୋଲିସ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଦେବଦତ୍ତ ବରାଳ।ପିପିଲି ଅଞ୍ଚଳର ଗିରଫ ସମସ୍ତ ଅପରାଧି ହେଲେ ମହମ୍ମଦ ଅରମାନ ଓରଫ ଅରମାନ ସା (୨୦),ରୁଦ୍ରନାରାୟଣ ସ୍ବାଇଁ ଓରଫ ବାବୁ(୧୯) ଓ ଆବାସ ସା ଓରଫ ଅବୁ (୨୩)କୁ ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ସମସ୍ତ ଅଭିଯୁକ୍ତ ମାନେ ପେଷାଦାର ଅପରାଧି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅରମାନ ନାମରେ ପୂର୍ବରୁ ପିପିଲି, ଡେଲାଙ୍ଗ ଓ କାକଟପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।ଗତ ୨୭.୧୧.୨୧ରେ ୬ଜଣ ଦୁର୍ବୁତ୍ତ ୨ଟି ମୋଟର ସାଇକେଲ ରେ ଆସି ପିପିଲି ୩୧୬ନମ୍ବର ଜାତୀୟ ରାଜପଥ ଟୋଲଗେଟ ଓ ଭୋଗୁଆବାଙ୍କ ରୁ ୨ଜଣ ବ୍ୟକ୍ତିଙ୍କ ଠାରୁ ଛୁରୀ ମୁନରେ ୨ଟି ଦାମୀ ମୋବାଇଲ ଫୋନ ୨ହଜାର ଟଙ୍କା ଓ ଗୋଟିଏ ରୁପା ବ୍ରେସଲେଟ ଲୁଟ ହୋଇଥିବା ପିପିଲି ଥାନାରେ ଅଭିଯୋଗ ହେବା ପରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।ପରେ ଅପରାଧି ମାନଙ୍କୁ ଧରିବା ପାଇଁ ପୁରୀ ଏସ୍ପି ଡ଼. କେ.ବିଶାଳ ସିଂ ଙ୍କ ନିର୍ଦ୍ଦେଶ ରେ ପିପିଲି ଏସଡିପିଓ ଶ୍ରୀ ବରାଳ ଓ ଥାନାଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଜାତୀୟ ରାଜପଥ ଲୁଟ ଘଟଣାରେ ସଂପୃକ୍ତ ଥିବା ଗ୍ୟାଙ୍ଗ ର ୩ଜଣ ସଦସ୍ୟ ଙ୍କୁ ଧରିବାରେ ସ୍ଥାନୀୟ ପୋଲିସ ସଫଳ ହୋଇଥିଲା।ସେମାନଙ୍କ ଠାରୁ ୬ଟି ମୋବାଇଲ,ଗୋଟିଏ ରୁପା ବ୍ରେସଲେଟ ଓ ଡକାୟତି ରେ ବ୍ୟବହୃତ ଦୁଇଟି ଛୁରୀ ଓ ପଲସର ଗାଡିକୁ ଜବତ କରାଯାଇଛି।ଅନ୍ୟ ଅପରାଧି ମାନଙ୍କୁ ଧରିବା ପାଇଁ ପିପିଲି ପୋଲିସ ର ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରା ଛକ ଠାରୁ ବାଟ ଗାଁ ପର୍ୟ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା ସମସ୍ତ ଢ଼ାବା ହୋଟେଲ ଉପରେ ନଜର ରଖିବା ସହିତ ପୋଲିସ ପ୍ରାଟୋଲିଂକୁ କଡାକଡି କରା ଯାଉଥିବା ଏସଡିପିଓ ଶ୍ରୀ ବରାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।