(ଭୁବନେଶ୍ୱର/ଅରୁଣ ସାହୁ): ଜଗତସିଂହପୁର ଏସଭିଏମ କଲେଜରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ମାନାବାଧିକାର କମିସନରଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ମହାମାରୀ କରୋନା ଭୂତାଣୁ ନାହିଁ କେବଳ ବ୍ୟାପକଭାବେ ବ୍ୟାପୁଛି ତାହା ନୁହେ.ଁ ଏହା ମାବାଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଯେଉଁଥିପାଇଁ ଜଗତସିଂହପୁରରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଅନ୍ୟ ହସ୍ପିଟାଲ କର୍ମଚାରୀଙ୍କ ଅବହେଳାରୁ ଏପରି ହୋଇଛି । ତେଣୁ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ତରାଇ ଦାବି କରିଛନ୍ତି ।