ମହାପ୍ରଭୁଙ୍କ ଗୁଆଲି ଯାତ୍ରା

(ଜୟନ୍ତ କୁମାର ସେଠୀ / ଗୋପ) ; ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେଲା ଗୁଆଲିଯାତ୍ରା। ମଧ୍ୟାନ୍ନଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ଗୁଆଲିଯାତ୍ରା କରିଛନ୍ତି। ପ୍ରଥମେ ପାଟପଟୁଆରରେ  ରାଜନହରରେ ପହଞ୍ଚିଥିଲେ ନବଦମ୍ପତ୍ତି। ସେଠାରେ ଭିତରଚ୍ଛ ମହାପାତ୍ର ରାଜନିତୀ ବନ୍ଦାପନା କରିଥିଲେ। ଏହି ସମୟରେ ଗଜପତିଙ୍କ ପ୍ରତିନିଧି , ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନିତୀ ସଂପାଦନ କରିଥିଲେ। ସବୁଠାରୁ ବଡ କଥା ହେଉଛି ଶ୍ରୀନହର ଶୋଧ ପରେ ଗଜପତିଙ୍କ କନ୍ୟା ବନ୍ଦାପନା କରି ନବଦମ୍ପତ୍ତିଙ୍କୁ ଭେଟି ପ୍ରଦାନ କରିଛନ୍ତି। ଶ୍ରୀନହରରେ ବନ୍ଦାପନା ସରିବାପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ  ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିଥିଲେ। ସେଠାରେ ନିତିକ୍ରାନ୍ତି ସରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଚତୁର୍ଥି ହୋମ ଅନୁଷ୍ଠିତ ହେବ।