ମହଙ୍ଗା ପଡିଲା ପ୍ରତିବାଦ: ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ଦେବରାଜ

(ଟୁକୁନା ଖରା) ନବରଙ୍ଗପୁର: ପ୍ରାଣ ବିକଳରେ ଚିତ୍କାର କରୁଥିଲେ ଦେବରାଜ ପାଣ୍ଡେ । ହେଲେ ଦୁର୍ବୃତ୍ତମାନଙ୍କ ଆକ୍ରମଣରୁ ଉଦ୍ଧାର କରିବାକୁ କେହି ସାହସ କରିନଥିଲେ । ଏଭଳି କି ଏମାନେ ୭୦ବର୍ଷର ବୁଢ଼ୀଙ୍କୁ ମଧ୍ୟ ଛାଡି ନଥିଲେ । ମାଡ ମାରି ରକ୍ତ ଜୁଡୁବୁଡୁ କରିଦେଇଥିଲେ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାନା ଅନ୍ତର୍ଗତ କଲେଁଗାଁ ଠାରେ ଓ ଏହାକୁ ଘଟଇଛନ୍ତି ଜଣେ ବିଧାୟକ ପ୍ରାର୍ଥୀ ।
ଝରୀଗାଁ ନିର୍ବାଚନ ମଣ୍ଡଳୀ ଗତ ୧୯ବର୍ଷ ଧରି ବି ଜେ ଡି କବ୍ଜାରେ ରହିଆସିଥିବା ବେଳେ ସ୍ଥାନୀୟ ବିଧାୟକ, ଦୁଇ ଥର ମନ୍ତ୍ରୀ ଦାୟିତ୍ୱରେ ରହି ଆସିଛନ୍ତି । ସ୍ଥାନୀୟ ଜନତା ଚାହିଁଥିବା ଆବଶ୍ୟକ ପରିମାଣର ବିକାଶ ହୋଇନଥିବା କହିଛନ୍ତି, ତେବେ ଚଳିତ ନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରଣ କୌଶଳ କ୍ରମେ ବିଧାୟକ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ନବରଙ୍ଗପୁର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଏବଂ ତାଙ୍କ ସାନ ଭାଇ ପ୍ରକାଶ ମାଝୀଙ୍କୁ ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ମିଳିଥିଲା ଦଳୀୟ ଟିକେଟ ।
ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ମାଝୀ ଗତ ରବିବାର ଦିନ ପ୍ରଚାର ପାଇଁ କୁତ୍ରିଚାପର ଗ୍ରା :ପ ଅନ୍ତର୍ଗତ କଲେଁଗାଁ ଯାଇଥିବା ବେଳେ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ । ଲୋକେ ମାଗିଥିଲେ ହିସାବ, ୧୯ବର୍ଷ ଶାସନ କାଳର ହିସାବ, ଯାହାର ଏକ ଭିଡିଓ ଅଂଚଳରେ ଭାଇରଲ ହେବାରେ ଲାଗିଥିଲା । ଏହାକୁ କେନ୍ଦ୍ର କରି ଗତକାଲି ରାତି ପ୍ରାୟ ରାତି ୧୨ଟା ବେଳେ କିଛି ଦୁର୍ବୃତ୍ତ ଦେବରାଜ ଶୋଇଥିବା ଅବସ୍ଥାରେ ତାଙ୍କ ଘରକୁ ଯାଇ ଘରୁ ଘୋଷାରି ଆଣି ମୁଥ ଗୋଇଠା ସହ ଏକ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଭଲିକି ଦେବରାଜଙ୍କ ୭୦ବର୍ଷରୁ ଉର୍ଦ୍ଧ ବୁଢ଼ୀ ଜେଜେମା କୁ ମଧ୍ୟ ଛାଡ଼ିନଥିଲେ । ମାଡ ରେ ଗୋଡ ଫାଟି ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା ।
ଦୁର୍ବୃତ୍ତ ମାନେ ରକ୍ତମୁଖା ହୋଇ ଜଣ ଜଣଙ୍କ ଘରକୁ ଯାଇ ଧମକ ଚମକ ଦେଇ ପିଟା ମରା କରିଥିଲେ, ଯେଉଁଥି ପାଇଁ ଖଗପତି ପାଣ୍ଡେ ନିଜ ଜୀବନ ବଂଚେଇବା ଲାଗି ରାତି ଅଧିଆ ଲୁଚି ଝରୀଗାଁ ଚାଲି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଦେବରାଜଙ୍କୁ ଝରିଗାଁ ଡାକ୍ତରଖାନା ଭର୍ତ୍ତି କରିଥିଲେ। ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଦେବରାଜଙ୍କୁ ପ୍ରାଥମିକ ଚିକିତ୍ସା କରି ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନା ପଠେଇଥିଲେ। ବର୍ତ୍ତମାନ ଦେବରାଜ ଚିକିତ୍ସିତ ଅବସ୍ଥାରେ ରହିଥିବା ବେଳେ ଗ୍ରାମର ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏନେଇ ଦେବରାଜଙ୍କ ପିତା ଦଶମୁ ପାଣ୍ଡେ ଥାନାରେ ଏତଲା ଦେଇଛନ୍ତି।