କୋଲକାତା: ଆଜି ତୃତୀୟ ଥର ପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ରାଜ୍ୟପାଳ ଜଗଦୀନ ଧନଖଣ୍ଡ ରାଜଭବନରେ ତାଙ୍କୁ ଶପଥ ପାଠ କରାଇଥିଲେ । ଶପଥ ପାଠ ପରେ ମମତା ତାଙ୍କ ପୂର୍ବ ରୂପ ଦେଖାଇ କୋଭିଡକୁ ପ୍ରାଥମିକତା ଦେବାକୁ ନେଇ କହିବା ପରେ ଏହାକୁ ନେଇ ରାଜ୍ୟପାଳ ରାଜ୍ୟପାଳ ତାଙ୍କୁ ରାଜଧର୍ମର ପାଠ ପଢାଇଛନ୍ତି ।
ମମତା ଶପଥ ନେବାର ତୁରନ୍ତ ପରେ ମିଡିଆକୁ ସମ୍ବୋଧିତ କରି କହିଥିଲେ, ଆମର ପ୍ରଥମ ପ୍ରାଥମିକତା କରୋନା ସଂକଟ ଉପରେ କାବୁ ପାଇବା । ଏହାକୁ ନେଇ ମଧ୍ୟାହ୍ନ ୧୨.୩୦ରେ ବୈଠକ ଡକା ଯାଇଛି । ଏହା ପରେ ସାମ୍ବାଦିକ ସମ୍ମିଳନୀ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ବଙ୍ଗରେ ଅଶାନ୍ତିକୁ ପ୍ରଶ୍ରୟ ଦିଆଯିବ ନ।।ହିଁ । ଭାରତ ଏକ ଉନ୍ନତ କୋଟିର ଲୋକତାନ୍ତ୍ରିକ ରାଷ୍ଟ୍ର । ମୋର ବିଶ୍ୱାସ ସରକାର ସମ୍ବିଧାନ ଓ ଆଇନ ହିସାବରେ ଚାଲିବ । । ତେବେ ରାଜ୍ୟରେ ନିର୍ବାଚନ ପରେ ଯେଉଁ ହିଂସା ସୃଷ୍ଟି ହୋଇଛି ତାହା ଲୋକତନ୍ତ୍ର ପାଇଁ ଘାତକ ହେବ ।
ମମତାଙ୍କ ବୟ।।ନ ପରେ ରାଜ୍ୟପାଳ କହିଥିଲେ, ମତେ ସମ୍ପୂର୍ଣ୍ଣ ବିଶ୍ୱାସ, ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ କାନୁନ ରାଜକୁ ଲାଗି କରିବେ । ମୁଖ୍ୟଭାବେ ମହିଳା ଓ ପିଲାଙ୍କୁ ଯେଉଁ କ୍ଷତି ପହଞ୍ଚିଛି ଏହି ହିଂସ।।ରେ ସେଥିଲାଗି ସେମାନଙ୍କୁ ସହାୟତା ପ୍ରଦାନ କରାଯାଉ । ମୁଁ ନୂଆ ସରକାର ଠାରୁ ଆଶା ରଖିଛି କି ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବେ ଓ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ । ରାଜ୍ୟପାଳ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ମୋର ସାନ ଭଉଣୀ ମାନୁଛି । ମୋର ବିଶ୍ୱାସ ସେ ଏହା ଉପରେ ପଦକ୍ଷେପ ନେବେ ।