ମନୀଷଙ୍କ ହତ୍ୟା କାଣ୍ଡରେ ୩ ଗିରଫ

(ଭୁବନେଶ୍ୱର) ; ମନୀହ ଅନୁରାଗ ହତ୍ୟା ମାମଲାରେ ନୂଆ ନୂଆନ ତଥ୍ୟ ସାମ୍ନାକୁ ଆସୁଥିୁବା ବେଳେ ୩ ଜଣକୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର (ଲିଟୁ), ମୃତ୍ୟୁଞ୍ଜୟ ମିଶ୍ର (ମୁନା) ଓ ଅମ୍ରିତ ବିଶ୍ବାଳ । ମନୀଷଙ୍କୁ ହତ୍ୟା ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ । ଗତ ୧୦ ତାରିଖରେ ପାତ୍ରପଡା ସ୍ଥିତ ଏକ ପୋଖରୀରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମନିଷ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖି ମାରାଥନ ଜେରା କରୁଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିøାବା ବେଳେ ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡିଛି ପୋଲିସ ।
ଏହି ହତ୍ୟା ମାମଲାକୁ କମିସନରେଟ୍ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଂ କରୁଛି । ପୋଲିସ ହାତରେ ଏହି ମାମଲାର ଅନେକ ସୁରାଗ ଲାଗିସାରିଲାଣି ଏବଂ ଏହା ଏକ ହତ୍ୟାକାଣ୍ଡ ବୋଲି ବୋଲି ସୂଚନା ମିଳୁଛି । ସେଦିନ ମନୀଷଙ୍କ ସହିତ ସାଉଥ ସିଟି ହୋଟେଲରେ ଦେଖାଯାଇଥିବା ୪ ଜଣଙ୍କୁ ପୋଲିସ ପଚରା ଉଚରା ଆପାତତଃ ଶେଷ କରିଛି । ଏହି ୪ ଜଣଙ୍କଠାରୁ ଅନେକ କିଛି ତଥ୍ୟ ଓଗାଳିଛି ତଦନ୍ତକାରୀ ଦଳ । ଯେଉଁଥିରେ ମନୀଷଙ୍କର କେମିତି ମୃତ୍ୟୁ ହେଲା ପୋଲିସ ଖୁବଶୀଘ୍ର ଖୁଲାସା କରିପାରେ ।