ମନିଷ ହତ୍ୟା ମାମଲା , ପ୍ରସନ୍ନ ବେହେରା ନିଲମ୍ବିତ

(ଭୁବନେଶ୍ୱର) : ସାଉଥ ସିଟି ହୋଟେଲକୁ ଲିଜ ନେଇଥିବା କନେଷ୍ଠବଳ ପ୍ରସନ୍ନ ବେହେରା ନିଲମ୍ବିତ । ବରିଷ୍ଟ ସମ୍ବାଦିକ ନବିନ ଦାସଙ୍କ ପୁଅ ମନିଷ ଅନୁରାଗ ହତ୍ୟା ମାମଲାରେ ହାବିଲଦାର ଓ କନେଷ୍ଠବଳ ସଂଘର ସମ୍ପାଦକ ପ୍ରସନ୍ନ ବେହେରାକୁ ନିଲମ୍ବିତ କରିଛି ପୁଲିସ । ବିଳମ୍ବିତ ରାତ୍ରି ଯାଏଁ ବାର ଖୋଲା ଥିବା ଏବଂ କର୍ଫ୍ୟୁ ଅଣଦେଖା କରି ରାତି ସାର ବାର ଖୋଲିଥିବା ନେଇ ଏପରି ଏକ ନିଷ୍ପତି ନିଆ ଯାଇଛି । ଭାଇ ନାଁରେ ବାର କୁ ଲିଜ ନେଇ ରାତି ସାରା ଖୋଲୁଥିଲେ ବାର । ବହୁ ଚର୍ଚ୍ଚିତ ମନିଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାଙ୍ଗ ମାନଙ୍କ ସହ ବଚସା ସମୟରେ ଠେଲା ପେଲା ରେ ମନିଷଙ୍କ ମୃତ୍ୟୁ ହୋଇଥିଲା ।