(ସରୋଜ ରାଉତ) ଭୁବନେଶ୍ୱର: ଆଜି ମଧ୍ୟମ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ତିନୋଟି ଦଳ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସିପିଆଇ (ଏମଏଲ)ର ପ୍ରାର୍ଥୀ ମହେନ୍ଦ୍ର ପରିଡା ଓ ଆମ ଆଦମୀ ପାର୍ଟି ତରଫରୁ ସୁବାଶିଷ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସବୁ ନେତା ସେମାନଙ୍କ ଶତାଧିକ ସମର୍ଥକଙ୍କ ମେଳରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।