ମଦ ବିରୋଧି ଆନ୍ଦୋଳନ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ): ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ । ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି।ମଦ ବନ୍ଦ ପାଇଁ ଗ୍ରାମସଭା ଦେଇଥିବା ସମସ୍ତ ପ୍ରସ୍ତାବ କାର୍ୟ୍ୟକାରୀ କରିବା, ଗାଁ ଗାଁରେ ବେଆଇନ୍ ମଦ ବିକ୍ରି ବନ୍ଦ କରିବା, ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ପଦକ୍ଷେପ ନେବା ଓ ମଦ ବେପାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ୪ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି।ମଦ ଯୋଗୁଁ ମହିଳା ମାନେ ନିର୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।