(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ଶନିବାର ରାତିରେ ଜୟପାଟଣାର ପଲ୍ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ପଡିଥିବା ଦେଖିବାକୁ ମିଳଥିଲା। ୪ଜଣ ମୃତକ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର।ଏମାନେ ସମସ୍ତେ ପଲସ ଗାଁର। କଳାହାଣ୍ଡି ପୁଲିସ୍ ଘଟଣାର ପ୍ରାଥମିକ ତଦନ୍ତ ପରେ ଏହା ଜଣେ ମଦ୍ୟପର କାଣ୍ଡ ବୋଲି କହିଛି। ମଦ୍ୟପ ଯତିନ୍ଦ୍ରକୁ ପୁଲିସ ଗିରଫ କରିଛି।