ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ୪ ବଖରା

(ଭଦ୍ରକ) : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଏବଂ ଜୀବନ୍ତ ଜଳିଗଲେ ଛେଳି ବାଛୁରୀ । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଛନ୍ଦା ସାହିରେ । ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଘଟିଛି ଏହି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ୪ ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଟି ଯାଇଛି । ଏବଂ ଘରର ଆସବାବ ପତ୍ର ସମେତ ଘରକରଣା ଜିନିଷପତ୍ର, ଧାନ, ଚାଉଳ, ପୋଷାକ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଗୋଟିଏ ମଟର ସାଇକେଲ, ୧୧ଟି ଛେଳି ଓ ଗୋଟିଏ ବାଛୁରୀ ଜୀବନ୍ତ ଯଳିଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଦମକଳ ବାହିନି ପହଞ୍ଚିଲା ବେଳକୁ ସବୁକିଛି ପୋଡି ପାଇଁଶ ହୋଇଯାଇଥିଲା । ଅନ୍ୟପଟେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ତିହିଡି ତହସିଲଦାରଙ୍କୁ ଅବଗତ କରାଇଛନ୍ତି ।