ଫେଲାଡେଲଫିଆ: ଆମେରିକାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୮ ଛୋଟ ଛୋଟ ପିଲା ରହିଛନ୍ତି । ଆମେରିକାର ଫେଲାଡେଲଫିଆ ସହରରେ ଥିବା ଏକ ୩ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାକୁ ନେଇ ଅଗ୍ନିଶମ ଅଧିକାରୀ ମାନେ ସୂଚନା ଦେଇଛନ୍ତି ।
ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଭୋର ୬ଟା ସମୟରେ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଅନେକ ଏମର୍ଜେନ୍ସି ଗେଟ୍ ପଟରେ ଦୌଡ଼ି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । କିନ୍ତୁ ବାକି ୧୩ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୮ଜଣ ଶିଶୁ ସାମିଲ ରହିଛନ୍ତି ।