ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ବିଜେପୁର ଉପନିର୍ବାଚନ ପାଇଁ ଗତ ୨୧ ତାରିଖ ଦିନ ଭୋଟ ଗ୍ରହଣ କରାଯାଇଥିଲା । ଆସନ୍ତାକାଲି ଭୋଟ୍ ଗଣତି କରାଯିବ । ଆସନ୍ତାକାଲି ହେବାକୁ ଥିବା ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରଗଡ଼ ଏସପି ପଦ୍ମିନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ୧୦ପ୍ଲାଟୁନ ଓଏସଏଫ , ୧ କମ୍ପାନି ସିଆରପିଏଫ ମୁତୟନ ରହିବେ । ସେହିପରି ଜଣେ ଏସପି, ୨ ଡିଏସପି, ୮ଇନସ୍ପେକ୍ଟର, ୨୧ଏସଆଇ ଓ ଏଏସଆଇ ନିଯୁକ୍ତ ହୋଇଛନ୍ତି । ଏହାସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।