ଭେଜିଟେବଲ ସୁପ୍

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଶୀତ ଦିନ ଆରମ୍ଭ ହେଲାଣି ଏହି ସମୟରେ ପ୍ରାୟ ସମସ୍ତଙ୍କୁ ଥଣ୍ଡା ଜ୍ୱର ଲାଗି ରହିଥାଏ ତେବେ ସୁପ ପିଇବା ଦ୍ୱାରା ଲାଭ ମିଳିଥାଏ । ଶୀତୁଆ ପାଗରେ ଗରମ ପାଇବା ପାଇଁ ସବୁଠାରୁ ଅଧିକ ସୁପ୍‌ ପିଇବାକୁ ଲୋକମାନେ ପସନ୍ଦ କରନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଭେଜିଟେବୁଲ ସୁପ୍‌ ବନାଇବାର ପ୍ରସ୍ତୁତି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପଯୋଗୀ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ:
୩ ଟମାଟୋ ଛୋଟ କଟା ହୋଇଥିବା , ଅଳ୍ପ ଧନିଆ ପତ୍ର , ୩ ସ୍ଲାଇସ୍‌ ଗାଜର , ୧ ବଡ କୋବି, ଛୋଟ କଟା ହୋଇଥିବା , ୬ ବଡ ପିଆଜ, ଗ୍ରୀନ ଅନିୟନ , ଅଧା କମ୍‌ ବିନ୍ସ , ସ୍ୱାଦାନୁସାରେ ଲୁଣ , ଗୋଲ ମରୀଚ ପାଉଡର , ଦେଢ଼ କପ୍‌ ପାଣି
ପ୍ରସ୍ତୁତି ପ୍ରଣାଳୀ:
ସମସ୍ତ ପରିବାକୁ ଛୋଟ ସାଇଜରେ କାଟନ୍ତୁ ଏବଂ ମସଲା ମିଶାଇ ଭଲଭାବେ ମିକ୍ସ କରି ଏକ ପାତ୍ରରେ ରଖନ୍ତୁ। ହାଇ ଆଞ୍ଚରେ ସମସ୍ତ ପରିବାକୁ ଦେଢ଼ କପ୍‌ ପାଣି ମିଶାଇ ଆଞ୍ଚରେ ଫୁଟାନ୍ତୁ। ଏହାପରେ ଆଞ୍ଚ ସ୍ଲୋ କରି ପରିବାକୁ ପକାନ୍ତୁ। ପରିବା ସାମାନ୍ୟ ନରମ ହେବା ପଯ୍ୟର୍ନ୍ତ ଫୁଟାନ୍ତୁ। ଆଞ୍ଚ ବନ୍ଦ କରି ସୁପକୁ ହାଲୁକା ଥଣ୍ଡା କରି ପିଇବାକୁ ସର୍ଭ କରନ୍ତୁ।