(ଆଦର୍ଶ ରାଉତ): ଗୁରୁବାର ଦିନ ପାରଦ୍ୱୀପରୁ ଭୁବନେଶ୍ୱର ଆସୁଥିବା ବେଳେ ଜଣେ ନାବାଳିକାକୁ କେହିଁ ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ରେଳବାଇ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ଜେଜେମା ।
ସେ ଜେଜେ ମାଙ୍କ ସହ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ଆସିବା ବାଟରେ ତାଙ୍କ ସହ ଜଣେ ଅଜଣା ବ୍ୟକ୍ତି ମିଠା କଥା କହି ତାଙ୍କୁ ନିଜର କରିବାକୁ ଚେଷ୍ଟା କରିଥିଲା । ନିଜକୁ ରେଲୱ ର ଟ୍ରକ ଡ୍ରାଇଭର ବୋଲି ମଧ୍ୟ ପରିଚୟ ଦେଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ହଠାତ୍ ତାଙ୍କ ନାତୁଣୀକୁ କେହି ଦୁର୍ବୃତ୍ତ ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ବୁତ ପାଖରେ ଖୁବ ସହଜରେ ପହଁଚିବ ବୋଲି ସୂଚନା ଦେଇଛି ।