(ବଲାଙ୍ଗୀର) : ସମଲେଶ୍ୱରୀ ମନ୍ଦୀରରେ ବଡ ଅଘଟଣ । ଭୁସୁଡିଲା ମନ୍ଦିର ଛାତ । ସନ୍ଧ୍ୟା ଆଳତି ପୂର୍ବରୁ ଘଟିଛି ଏହି ଅଘଟଣ । ସେଥି ପାଇଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭକ୍ତ ଏବଂ ସେବାୟତ । ବହୁ ପୁରାତନ ମନ୍ଦିର ହୋଇଥିବାରୁ ଏହାର ଛାତ ଦୁର୍ବଳ ଥିବା ନେଇ ଅଭିଯୋଗ ହୋଇଥିଲା । ତଥାପି ମରାମତି ପ୍ରତି ଧ୍ୟାନ ଦିଆଯାଇନଥିଲା। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଛି । ଯାହାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବଂ ସେମାନେ ରାସ୍ତା ରୋକ କରିଛନ୍ତି ।