ଭୁଷୁଡି ପଡିଲା ବକ୍ସ କାଲଭର୍ଟ

(ଅଜିତ ସାହୁ /ଜଳେଶ୍ୱର): କାମ ନସରଣୁ ଭୁଷୁଡିଲା ନିର୍ମାଣ ଧୀନ ବକ୍ସ କାଲଭର୍ଟ । ଯାହାକୁ ନେଇ ସାଧରଣରେ ତେଜୁଛି ଅସନ୍ତୋଷ । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଢେଇ କିମି ରାସ୍ତା ଓ ବକ୍ସ କାଲଭର୍ଟ ପାଇଁ ୨ କୋଟି ୪୦ଲକ୍ଷ ଅଟକଳ ମୂଲ୍ୟ ମଞ୍ଜୁର ହୋଇ କାମ ଚାଲିଛି । ତେବେ ନବନିର୍ମିତ ବକ୍ସ କାଲଭର୍ଟର ତଳପଟୁ ଅଳ୍ପ କିଛି ଅଂଶ ଭାଙ୍ଗି ଭୁଷୁଡି ପଡିଥିଲା, ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେବା ସହିତ ନୂତନ ଭାବେ ଗଢ଼ି ତୋଳିବାକୁ ଦାବି କରାଯାଉଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଦଣ୍ଡ ପାଟ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ନବ ନିର୍ମାଣ କରାଯିବାର ପ୍ରତିସୃତି ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା।