(ଭୁବନେଶ୍ୱର / ସ୍ୱରୁପା ମହାପାତ୍ର) : ସିସିଟିଭି ଏବଂ ଆଧୁନିକ ସୁବିଧାଗୁଡ଼ିକ ସହ ଆରମ୍ଭ ହେଲା ଭୁବନେଶ୍ୱର-ନୟାଗଡ଼ ଟାଉନ୍ ମେମୁ। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ୍ ଭିତର ପ୍ୟାନେଲ ଗୁଡିକ ମଧ୍ୟ ଫାଇବର-ସଶକ୍ତ ପ୍ଲାଷ୍ଟିକ୍ ଦ୍ୱାରା ନିର୍ମାଣ କରାଯାଇଛି । ଯାହାକି ଏକ ମନୋରମ ସୌନ୍ଦର୍ୟ୍ୟ ଦୃଶ୍ୟ ପ୍ରଦାନ କରିବ ।ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ ଏବଂ ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଏରୋଡାଇନାମିକ୍ ଆକୃତିର ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଅଗ୍ର ଭାଗ ଗୁଡିକ ବାୟୁ ପ୍ରତିରୋଧ କରିଥାଏ ଯାହାଦ୍ୱାରା ଶକ୍ତି ସଞ୍ଚୟ ହୁଏ ଜ୍ଝ ଏର୍ଗୋନୋମିକ୍ ଏଫଅରପି ଡ୍ରାଇଭ୍ ଡେସ୍କ ଏକ ଉତ୍ତମ ଦୃଶ୍ୟ ଏବଂ ଟ୍ରେନ ପରିଚାଳନା ପାଇଁ ସହଜ କରାଇଥାଏ। ଏୟାର ସସପେନ୍ସ ମନିଟରିଂ ସିଷ୍ଟମ ଏବଂ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ ଡ୍ରାଇଭରର ଆରାମକୁ ନିଶ୍ଚିତ କରାଇଥାଏ ଜ୍ଝ ଏହି ମେମୁଟ୍ରେନ୍ ରେ ନିରାପଦ ଯାତ୍ରା ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ସ୍ଲିପ୍ ଫ୍ରି ଚଟାଣ, ଆରାମଦାୟକ ଯାତ୍ରା ପାଇଁ କୁସନ ଯୁକ୍ତ ବେଞ୍ଚ, ସୁରକ୍ଷିତ ଏବଂ ସହଜ ଭାବେ ଗୋଟିଏ କୋଚ ରୁ ଅନ୍ୟ କୋଚ୍ ଭ୍ରମଣ ପାଇଁ କୋଚ୍ ମଧ୍ୟରେ ବ୍ୟାପକ ଭେଷ୍ଟିବୁଲ୍, ଯାତ୍ରୀଙ୍କ ସହଜ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ହାଲୁକା ଆଲୁମିନିୟମ୍ ସ୍ଲାଇଡିଂ କବାଟ ଅଛି ଜ୍ଝ ଉନ୍ନତ ଯାତ୍ରା ପାଇଁ ସେକେଣ୍ଡାରୀ ସସ୍ପେନସନ ବଗି, ଉନ୍ନତ ହ୍ୟାଣ୍ଡ ହୋଲଡ଼ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ମଡ୍ୟୁଲାର୍ ଟଏଲେଟ୍ ସହିତ ବାୟୋ-ଧାରଣ ଏବଂ ଟ୍ରାକ୍ ଉପରେ ସ୍ପିଲେଜ୍ ରୋକିବା, ଏଲଇଡି ଲାଇଟ୍, ଷ୍ଟେନଲେସ୍ ଷ୍ଟିଲ୍ ଲଗେଜ୍ ରେକ୍, ଆଭ୍ୟନ୍ତରୀଣ ସାଜସଯ୍ୟରେ ଫାଇବର ରିଫୋର୍ଡ ପ୍ଲାଷ୍ଟିକ୍ ସ୍ଥାନ ଇତ୍ୟାଦି ଯୋଗାଇ ଦିଆଯାଇଅଛି ଜ୍ଝ
ଏହି ମେମୁ ରେକ୍ ଆଠଟି କୋଚ୍କୁ ନେଇ ଗଠିତ ଏବଂ ଏଥିରେ ଛିଡ଼ାହୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ ୬୧୪ ଜଣ ବସିକି ଯାତ୍ରା କରିପାରିବେ ଜ୍ଝ ଏହି ମେମୁ ୨୫ କେଭି ଏସି ଓଭରହେଡ୍ ଟ୍ରାକ୍ସନ୍ ଉପରେ ପରିଚାଳିତ ଏବଂ ଏଥିରେ ୩ ଟି ପର୍ୟ୍ୟାୟ ଅନ୍-ବୋର୍ଡ ସ୍ୱଦେଶୀ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ୍ ଅଛି, ଯାହା ୩୫% ପର୍ୟ୍ୟନ୍ତ ଶକ୍ତି ସଞ୍ଚୟ କରିବା ସହିତ ଉଇଂଣ୍ତ ମାନର ବ୍ରେକିଂ ସିଷ୍ଟମ୍ ଦ୍ୱାରା ଉପଲବଶ କରାଯାଇଅଛି ଜ୍ଝ