ଭୁବନେଶ୍ୱରରୁ ଗୋଆ, ଜୟପୁର କୁ ବିମାନ

(ଭୁବନେଶ୍ୱର) : ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଏହି ସେବା ସପ୍ତାହକୁ ତିନିଦିନ ମିଳିବ । ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ କୁ ସିଧା ସଳଖ ଉଡ଼ିବ ବିମାନ ।ଏହି ବିମାନ ସେବା ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।ଏବେ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି।