ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

ଭିନ୍ନକ୍ଷମ ପିଲାଙ୍କୁ ଅଧିକାରୀ ଖୋଜିବେ । ୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ । ସର୍ଭେକୁ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ । ସର୍ଭେରେ ସହଯୋଗ କରିବେ ଅଙ୍ଗନବାଡି କର୍ମୀ । ପିତାମାତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ତଥ୍ୟ ସଂଗ୍ରହର ଗୁରୁତ୍ୱ ବିଷୟରେ ସଚେତନ କରାଯିବ । ଅକ୍ଷମ ପିଲାମାନଙ୍କ ଫଟୋଗ୍ରାଫ ପାଇଁ ସମ୍ମତି ସମେତ ସଠିକ୍ ସୂଚନା ବାଣ୍ଟିବାକୁ ଉତ୍ସାହିତ କରାଯିବ । ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା, ପ୍ରାରମ୍ଭିକ ହସ୍ତକ୍ଷେପ ଓ ଉନ୍ନତି ପାଇଁ ସର୍ଭେ ହେବ ।