ଭିନ୍ନକ୍ଷମଙ୍କ ଭିନ୍ନ ଠକେଇ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଓଲା ଉବେର ଚାଳକଙ୍କ ଠାରୁ ଠକେଇ ଅଭିଯୋଗରେ ଆଜି ସହିଦନଗର ଥାନା ପୋଲିସ ଜଣେ ଦିବ୍ୟାଙ୍ଗ ଯୁବକକୁ ଥାନାରେ ଅଟକ ରଖିଛି । ତାହା ନାଁ ନିଖିଲ ସ୍ୱାଇଁ । ଘର କଟକ ଲିଙ୍କ ରୋଡ ଅଞ୍ଚଳରେ ।

ସୂଚନାଅନୁଯାୟୀ , ଗତ ୬ବର୍ଷ ଧରି ରାଜଧାନୀରେ ବିଭିନ୍ନ ଟ୍ରାଭେଲ୍ସରୁ ଦାମିଗୁଡିକ ବୁକ କରି ବାହାରକୁ ବୁଲି ଯାଉଥିଲା । ମନ୍ଦ ଉଦ୍ଦେଶ୍ୟ ରଖିଥିବା ନିଖିଲ ଡ୍ରାଇଭର ଅନ୍ୟମନସ୍କତାର ଫାଇଦା ଉଠାଇ ଘଟଣାସ୍ଥଳରୁ ଖସି ଯାଉଥିଲା । ଏନେଇ ଅନେକ ସମୟରେ ଚାଳକମାନେ ରାଜଧାନୀ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ନିଖିଲି କିଛିଦିନ ପାଇଁ ଭୁବନେଶ୍ୱର ଛାଡି ଚାଲିଯାଇଥିଲା । କିଛି ଦିନର ବ୍ୟବଧାନର ପରେ ସେ ପୁଣି ରାଜଧାନୀ ଫେରି ପୂର୍ବ ଢଙ୍ଗ ଅନୁସାରେ ଠକେଇ କରିବା ଆରମ୍ଭ କରିଥିଲା । ଏହି ବ୍ୟକ୍ତି ନାଁରେ ବିଭିନ୍ନ ଥାନାରେ ଦୁଷ୍କର୍ମ ସମେତ ଅନ୍ୟନ୍ୟା ମାମଲା ରୁଜୁଛ ହୋଇଛି ।
ଆଜି ସମ୍ମାନ ଢଙ୍ଗରେ ଠକେଇ କରୁଥିବାବେଳେ ନିଖିଲକୁ କିଛି ଓଲା ଉବେର ଚାଳକ କାବୁ କରି ପୋଲିସ ଜିମାରେ ଦେଇଥିଲେ ।