ଗୋପ(ଜୟନ୍ତକୁମାର ସେଠୀ ) ଉତ୍ତରାଖଣ୍ଡର କେଦାରନାଥ ନାଥ ପୀଠ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିଗୁରୁ ଶଙ୍କରାଚାର୍ୟ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ କେଦାର ନାଥ ପୀଠ ର ବିଭିନ୍ନ ବିକାଶ ମୂଲକ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ଏହି କାର୍ୟ୍ୟକ୍ରମ ସହିତ ଚାରି ପୀଠକୁ ଭିଡିଓ କନଫରେସିଙ୍ଗ ମାଧ୍ୟମରେ ସଂଯୋଜିତ କରାଯାଇଥିଲା। ପୁରୀ ର ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଏହି ଅବସରରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ଓ ପୁରୀ ବିଧାୟକ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କେଦାରନାଥ ଠାରେ ପ୍ରଧାନମନ୍ତ୍ରୀଙ୍କ ଶଙ୍କରାଚାର୍ୟ୍ୟ ପ୍ରତିମୂର୍ତ୍ତି ଅନାବରଣ ଓ ଉନ୍ନତିମୂଳକ କାର୍ୟ୍ୟକ୍ରମ ର ଶିଳାନ୍ୟାସ ସିଧା ପ୍ରସାରଣ କରାଯାଇଥିଲା।
ପୁରୀ ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମଠାଧୀଶ ଓ ଧର୍ମାଚାର୍ୟ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଙ୍କର ସବୁ ଧର୍ମପୀଠ ର ଉନ୍ନତିକରଣ କାର୍ୟ୍ୟ ଓ ଏକାଠି ଯୋଡିବାର ପ୍ରୟାସ କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନ ରେ ଭାରତ ବିଶ୍ଵରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଥିବା ମତ ପ୍ରକାଶ ପାଇଥିଲା। କେଦାରନାଥ ଭଳି ପୁରୀ ଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତି ର ଉନ୍ନତି ମଧ୍ୟ କରାଯିବ ବୋଲି ଆଶା ପ୍ରକାଶ ପାଇଥିଲା।