ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସକ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଲାଞ୍ଚ ନେଇ ଧରାପଡିଲେ ପ୍ରାଣୀ ଚିକିତ୍ସକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପ୍ରାଣୀ ଚିକିତ୍ସକ ପ୍ରୀୟବ୍ରତ ବେହେରା ଆଜି ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗୋରୁ ଗୁହାଳ ପାଇଁ ଅର୍ଥ ମଞ୍ଜୁରୀ କରିଦେବାକୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ବଡଖମାର ଗାଁର ଲକ୍ଷବଚ୍ଚ ମହାକୁରଙ୍କ ନାମରେ ଗୁହାଳ ଘର ମଞ୍ଜୁର କରିବାକୁ ଲାଞ୍ଚ ଦାବି କରିଥିଲେ ପ୍ରାଣୀ ଚିକିତ୍ସକ । ଏହାକୁ ନେଇ ଲକ୍ଷ୍ମଣ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ । ଯୋଜନା ଅନୁସାରେ ପ୍ରଶରୀ ଚିକିତ୍ସା କାର୍ଯ୍ୟାଳୟରେ ଚିକିତ୍ସ ପ୍ରୀୟବ୍ରତଙ୍କୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ପ୍ରୀୟବ୍ରତ ବେହେରାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ତଦନ୍ତ ଚଳାଇଛି