ଭାରତୀୟ ବନ୍ଦର ମଜଦୂର ସଂଘର ଦୁଇ ଦିନିଆ କର୍ମଶାଳା

ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ୱୀପ: ଭାରତୀୟ ବନ୍ଦର ମଜଦୂର ସଂଘର ଦୁଇ ଦିନିଆ କର୍ମଶାଳା ପାରାଦ୍ଵୀପରେ ଉଦଯାପିତ ହୋଇଯାଇଛି। ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ନେତୃତ୍ବ ମାନେ ଏଥିରେ ଯୋଗ ଦେଇଛନ୍ତି। ଶ୍ରମିକ ମାନଙ୍କ ସ୍ବାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ ସବୁବେଳେ ଶ୍ରମିକଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି ।
ଏଥିସହ କର୍ମଶାଳା ମାଧ୍ୟମରେ ଶ୍ରମିକଙ୍କ ସମସ୍ତ ସମସ୍ୟାର ସମାଧାନ ବାଟ ବାହାରିଥାଏ। ବିଭିନ୍ନ ନୈତୃତ୍ବ କର୍ମଶାଳାରେ ଯୋଗ ଦେଇ ମାର୍ଗ ଦର୍ଶନ କରିଥାନ୍ତି। ତେଣୁ ଏହି କର୍ମଶାଳା ଆଗାମୀ ଦିନରେ ଶ୍ରମିକ ମାନଙ୍କ ସ୍ବାର୍ଥ ହାସଲରେ ସହାୟକ ହେବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି।