ଭାରତରେ ୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଜୁନ୍ ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୦୭୬୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୩୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୮୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୪୯୭ ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୨୪୬୫ ଜଣ, ଗୁଜରାଟରେ ୧୦୯୨ ଜଣ, ହରିୟାଣାରେ ୨୩ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୩ ଜଣ, ପଞ୍ଜାବରେ ୪୬ ଜଣ, ରାଜସ୍ଥାନରେ ୨୦୩ ଜଣ, ତାମିଲନାଡୁରେ ୧୯୭ ଜଣ, ତେଲେଙ୍ଗାନାରେ ୯୨ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୨ ଜଣ, କେରଳରେ ୧୧ ଜଣ, ଲଦାଖରେ ୧ଜଣ, ମଧ୍ୟପ୍ରଦେଶରେ ୩୬୪ ଜଣ, ଆନ୍ଧ୍ରପ୍ରଦେଶରେ ୬୪ ଜଣ, ଆସାମରେ ୪ ଜଣ, ବିହାରରେ ୨୪ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୫୫୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ଉତ୍ତରାଖଣ୍ଡରେ ୭ ଜଣ, ଉତ୍ତରପ୍ରଦେଶରେ ୨୨୨ ଜଣ ଏବଂ ପଶ୍ଚମବଙ୍ଗରେ ୩୩୫ ଜଣ ।