ବିଶ୍ୱକର୍ମା ପୂଜା ଉପଲକ୍ଷେ ବନ୍ଧୁ ମିଳନ ଉସବ ପାଳନ କଲେ ସୁନା କାରିଗର ସଂଘ । ବଡ ଜାକଜମକରେ ଏହି ଉସବକୁ ପାଳନ କରାଯାଇଥିଲା । ଭଦ୍ରକର ସୁନା କାରିଗର ସଂଘ ପକ୍ଷରୁ ଏହି ଉସବ ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଅନାନ୍ୟ ସଦସ୍ୟଙ୍କ ସହେଯାଗରେ ଏହି ଉସବକୁ ପାଳନ କରାଯାଇଥିଲା । ଏହି ଉସବରେ ସାଂସ୍କୁତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶଣ କରାଯାଇଥିଲା । ଯାହାକୁ ଦେଖିବା ପାଇଁ ଭିଡ ଜମାଇଥିଲେ ଅନେକ ଶ୍ରଦ୍ଧାଳୁ । ସଂଘର ଉପସଭାପତି କହିଛନ୍ତି ଏହି ଉସବ ଦୀର୍ଘ ୪୬ ବର୍ଷ ଧରି ପାଳନ କରାଯାଉଛି । ୧୯୭୬ ମସିହାରୁ ଏହି ଉସବ ପାଳନ ହୋଇ ଆସୁଛି । ଏବଂ ଆଗକୁ ମଧ୍ୟ ଏହିଭଳି ଭାବେ ଉସବ ପାଳନ କରାଯିବ ବୋଲି ସଂଘର ବରିଷ୍ଠ ସଦସ୍ୟବୃନ୍ଦ ଆଶାବାଦୀ ଅଛନ୍ତି । ସଂଘରେ ଅନେକ ଯୁବ ଗୋଷ୍ଠୀ ସାମିଲ ହୋଇଥିବାରୁ ସେମାନଙ୍କୁ ଉସାହ ଦେବା ସହ ଅନୁଷ୍ଠାନକୁ ସୃଦୁଢ କରିବା ପାଇଁ ପ୍ରେରଣା ଦେଇଛନ୍ତି ସଂଘର ଉପସଭାପତି ।