(ଟୁକୁନା ଖରା/ନବରଙ୍ଗପୁର): ପ୍ରଥମେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ସଦର ମହକୁମା ଅଞ୍ଚଳରେ ଘଟିଛି । ନିକଟରେ ଥିବା ଇନ୍ଦ୍ରାବତୀ ବ୍ରିଜ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଖାତିଗୁଡା ପାଇକସାହିର ଅଭିମନ୍ୟୁ ପ୍ରଧାନଙ୍କ ଝିଅ ବୋଲି ଜଣାପଡିଛି । ସୂଚନା ଅନୁଯାୟି, ଯୁବତୀ ଜଣକ ଗତକାଲି ରାତିରେ ଘରୁ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଖୋଜି ପାଇନଥିଲେ । ପରଦିନ ସକାଳେ ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଖାତିଗୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘ ଓ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ମାଜିଷ୍ଟ୍ରେଟ ପହଞ୍ଚି ଶବକୁ ଚିହ୍ନଟ କରିବା ସହ ଶବକୁ ଜବତ କରିଥିଲେ।ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।