ବେଗୁନିଆପଡ଼ା ବ୍ଳକରେ ବିଧାୟିକା ଙ୍କ ଦ୍ୱାରା ପେନସନ, ପଟ୍ଟା ଓ ଶ୍ରମିକ କାର୍ଡ ବାଣ୍ଟନ

(ଗଞ୍ଜାମ / ହର ପ୍ରସାଦ ବିଷୋଇ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ପରିସରରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ଭତ୍ତା, ଘର ପଟ୍ଟା ଓ ଶ୍ରମିକ କାର୍ଡ ବଣ୍ଟନ କରାଯାଇଛି। ମଧୁବାବୁ ପେନସନ ଯୋଜନାରେ ୫୧୦ ହିତାଧିକାରୀ, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଧକ୍ୟ ଭତ୍ତା ଅନ୍ତର୍ଗତ ୮୭ ହିତାଧିକାରୀ ଓ କୋଭିଡ୍ ସହାୟତା ଭତ୍ତା ଅନ୍ତର୍ଗତ ୫ ଜଣ ହିତାଧିକାରୀଙ୍କୁ ନୂତନ ପେନସନ ଯୋଜନାରେ ସାମିଲ କରାଯିବା ସହ ଭତ୍ତା ପ୍ରଦାନ କରାଯାଇଛି। ସେପଟେ ୧୯୦ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ ମଧ୍ୟ କରାଯାଇଛି। ସେହିପରି ୧୫ ଜଣଙ୍କୁ ବାସହୀନ ତଥା ଭୂମିହୀନ ଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ କରାଯାଇଛି। ଏଥି ସହିତ ୪୦ ଟି ମ୍ୟୁଟେସନ ସାର୍ଟିଫିକେଟ, ଗ୍ରାମ କଣ୍ଠକ ପଟ୍ଟା ୪୮ ଟି, ୧୫ ଟି ମିସଲେସନ ସାର୍ଟିଫିକେଟ ବଣ୍ଟନ କରାଯାଇଛି। ଏହି କାର୍ୟ୍ୟକ୍ରମରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ
ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟ ଦର୍ଶୀନୀ, କୋଦଳା ତହସିଲଦାର ସଶ୍ମିତା ଶତପଥୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା , ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି ଙ୍କ ସମେତ ବହୁ ପଞ୍ଚାୟତ ଜନପ୍ରତିନିଧି ଓ ହିତାଧିକାରୀ ଉପସ୍ଥିତ ରହିଥିଲେ ।