(ଯାଜପୁର) : ପିତା ଧମଃର୍ ପିତା ସ୍ୱର୍ଗଃ ପିତା ହିଁ ପରମ ତପହଃ
ପିତରେ ପ୍ରିର୍ତ୍ତମା ପର୍ଣ୍ଣ ପ୍ରିଅନ୍ତି ସର୍ବଦେବତା ।
ବାପା ମା ଟିଏ ସନ୍ତାନ ଜନ୍ମ କରିଥାନ୍ତି ତାଙ୍କୁ ସେ ବୃଦ୍ଧ ବେଳେ ସହାୟ ହେବ । ସନ୍ତାନର ସବୁଅଳି ଅର୍ଦ୍ଦଳିିକୁ ସହି ଯାଏ ବାପା । ମାଗିବା ପୂର୍ବରୁ ପାଖରେ ପହଞ୍ଚାଇ ଦିଏ ପିତା । କିନ୍ତୁ ବୃଦ୍ଧ ବେଳେ ଯେ ବାପଟି ଅଲୋଡା ହୋଇଯାଏ ସନ୍ତାନ ପାଇଁ । ଆଉ ଭିଟାମାଟିଟି ସେ ନିଜେ ଗଢିଥାଏ ତା ପାଇଁ ହୋଇଯାଏ ପର । ଦୁଇ ଦୁଇଟି ପୁଅ ହେଲେ ବାପ ଶୋଉଛି ସ୍କୁଲ ବାରଣ୍ଡାରେ । ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ପଂଞ୍ଚାୟତ ବଣିଆଗାଡ଼ିଆ ଗ୍ରାମରେ । ଗାଁ ସ୍କୁଲ ବାରଣ୍ଡାରେ ପଡି ରହିଛନ୍ତି ୭୪ ବର୍ଷୀୟା ବୃଦ୍ଧ। ଏ ହେଉଛନ୍ତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ । ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ଛୋଟିଆ ସଂସାର । ସ୍ତ୍ରୀ ଆଜକୁ ପନ୍ଦର ବର୍ଷ ପୂର୍ବେ ଆଖି ବୁଜିଛନ୍ତି । ଉଭୟ ପୁଅ ଝିଅଙ୍କର ବିବାହ ବି ସରିଛି । ସମ୍ପତ୍ତି ନେବା ପରେ ବାପାକୁ ଘରୁ ବାହାର କରିଦେଲେ ଦୁଇ କୁଳାଙ୍ଗାର ପୁଅ । ବାପା ଦେଖିଥିବା ସ୍ଵପ୍ନ ସବୁ ପାଣିଫୋଟକା ପରି ମିଳେଇ ଯାଇଛି । ଆଖିର ଲୁହକୁ ପିଇ କେବଳ ଭାଗ୍ୟକୁ ଆଦରି ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛି ବୁଢା ବାପା । ବାର୍ଦ୍ଧକ୍ୟ ଭତ୍ତା ମାସିକ ପାଞ୍ଚଶହ ଟଙ୍କାରେ ବିସ୍କୁଟ ଓ ପାଣି ପିଇ ଜୀବନ ବିତାଉଛନ୍ତି ପୂର୍ଣ୍ଣଚନ୍ଦ୍ର । ବେଳେ ବେଳେ ମନ୍ଦିରରେ ହେଉଥିବା ରୋଷେଇ ଓ ବଦାନ୍ୟ ବ୍ୟକ୍ତି କିଛି ଖାଇବାକୁ ଦିଅନ୍ତି। ତଥାପି ଓଳିଏ ଖାଇ ଓଳିଏ ଓପାସ ରହିବାକୁ ପଡେ । ସମ୍ପତ୍ତି ଲୋଭରେ ବୃଦ୍ଧା ବାପା ଓ ମାଆଙ୍କୁ ପର କରିଦିଅନ୍ତି ସନ୍ତାନ । ଥରେ ଭାବନମ୍ତୁ କି ପ୍ରକାର ମାନସିକ ଆଘାତ ପାଇଥିବେ ବାପା? ମନରେ ଗୋଟିଏ କଥା ନିଶ୍ଚିତ ଆସୁଥିବ କଣ ଏଇଥି ପାଇଁ ପୁଅ ଜନ୍ମ କରିଥିଲୁ?