ବିଷାକ୍ତ ଗ୍ୟାସ ଦୁର୍ଘଟଣାକୁ କିପରି ରୋକାଯାଇପାରିବ ସେ ନେଇ ମକଡ଼୍ରିଲ

(ପ୍ରଶାନ୍ତ କୁମାର ସ୍ବାଇଁ)ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ରାଜ୍ୟରେ ଏକ ବୃହତ ବନ୍ଦର ହୋଇଥିବା ବେଳେ ଏହାକୁ ଭିତ୍ତି କରି ବହୁ ଶିଳ୍ପ କାରଖାନା ଗଢି ଉଠିଛି। କିନ୍ତୁ ପ୍ରାୟ ଏହି ସବୁ ଶିଳ୍ପ କାରଖାନାରେ ଯେଁଉ ସବୁ ବିଷାକ୍ତ ଗ୍ୟାସ ବ୍ୟବହାର କରାଯାଉଛି ତାହା ସାଧାରଣରେ ପରିବେଶ ତଥା ଜନଜୀବନ ପ୍ରତି ବିପଦ ରହିଛି। ବିଶେଷ କରି କେତେକ ରାସାୟନିକ ଶିଳ୍ପ କାରଖାନାରେ କ୍ଲୋରିନ ଭଳି ବିଷାକ୍ତ ଗ୍ୟାସର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ କୌଣସି ସମୟରେ ଏହି ଗଛିତ ରହିଥିବା କ୍ଲୋରିନ ଗ୍ୟାସ ଲିକ ହେବାର ସମ୍ଭାବନା ମଧ୍ୟ ରହିଛି ।ତେଣୁ ଏଭଳି ଏକ ବିପଦ ଜନକ ଗ୍ୟାସ ଲିକ ହେଲେ ଏହା ଆଖପାଖ ଅଞ୍ଚଳ ତଥା ପରିବେଶ ସହତି ଜନଜୀବନ ଉପରେ ପ୍ରଭାବ ପକାଇ ଥାଏ ।ତେବେ ଏଭଳି ଏକ ଦୁର୍ଘଟଣା ଆସିଲେ ତାକୁ କିଭଳି ରୋକା ଯାଇ ପାରିବ ସେ ନେଇ ଏକ ମକ ଡ୍ରିଲ ପାରାଦିପର ଇଫକୋ ପରିସରରେ ପ୍ରଦର୍ଶନ କରାଯାଇଛି।ଏହି ଗ୍ୟାସକୁ ନିୟନ୍ତ୍ରଣ କରିବା ପାଁଇ ଅଗ୍ନିଶମ ବିଭାଗ ସହିତ କୌଣସି କ୍ଷୟକ୍ଷତି ତଥା କେହି ଆହାତ ହେଲେ ତାଙ୍କୁ କିଭଳି ଉଦ୍ଧାର ଚିକିତ୍ସା କରାଯିବ ସେ ନେଇ ଯେଁଉ ଭଳି ଭାବେ ପ୍ରସ୍ତୁତି ରହିବା କଥା ତାହା ସଠିକ ଭାବେ କରାଯାଇଥିଲା ।ରାଜ୍ୟ ବାଷ୍ପିତ ବିଭାଗ ଓ ଇଫକୋର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମକ ଡ୍ରିଲରେ ସ୍ଥାନୀୟ ଶିଳ୍ପା କାରଖାନର ଅଧିକାରୀ ଓ ଜିଲ୍ଲା ପ୍ରଶସାନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ଏହି ଦୁର୍ଘଟଣାରେ ଶିଳ୍ପ କାରଖାନରେ ଥିବା ସୁରକ୍ଷା ବିଭାଗ ଠାରୁ ଆରମ୍ଭ କରି ବୈଷୟିକ ଟିମ ଓ ଅଗ୍ନିଶମ ବିଭାଗ,ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କର ଗୁରୁ ଦାୟିତ୍ବ ରହିଛି । ଏହି ମକଡ୍ରିଲରେ ଜଣେ କର୍ମଚାରୀ ଆହତ ହୋଇଥିଲେ ।ତେବେ ପାରାଦିପରେ ଏଭଳି ଗ୍ୟାସ ଲିକ ହେଲେ ଆଖପାଖ ପଞ୍ଚାୟତରେ ଥିବା ଗାଁ ଗୁଡିକ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ସେମାନେ କିଭଳି ଏଥି ପ୍ରତି ସଚେତନ ହେବା ସହିତ କଣ ପଦକ୍ଷେପ ନେବେ ସେ ନେଇ ମଧ୍ୟ ଏହି ମକ ଡ୍ରିଲରେ ଜନ ପ୍ରତିନିଧୀ ମାନଙ୍କୁ ସାମିଲ କରାଯାଇଥିଲା।ତେବେ ସାମଗ୍ରିକ ଭାବେ କ୍ଲୋରିନ ତଥା ଆମୋନିଆ ଗ୍ୟାସ ଲିକ ହେଲେ ଏହାକୁ କିଭଳି ତୁରନ୍ତ ନିୟନ୍ତ୍ରଣକୁ ଅଣାଯିବା ସହିତ କୌଣସି ଜନଜୀବନ ପ୍ରଭାବିତ ନ ହେବ ସେ ନେଇ ବିଭିନ୍ନ ବିଭାଗର ବରିଷ୍ଠ ତଥା ଅଭିଞ୍ଜ ଅଧିକାରୀଙ୍କ ସହିତ ସମୀକ୍ଷା କରାଯାଇଥିଲା।
ପାରାଦିପରେ ଶିଳ୍ପ କାରଖାନା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ସମୟରେ ଏଭଳି ରାସାୟନିକ ଗ୍ୟାସ ଦୁର୍ଘଟଣାର ସମ୍ଭାବନା ରହିଛି ।କିନ୍ତୁ ଏଥି ପ୍ରତି ଯଥେଷ୍ଟ ସତର୍କତା ମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।