ବିଶ୍ୱ ରେଡ କ୍ରସ ଦିବସରେ କମିଶନରେଟ ପୁଲିସ ପକ୍ଷରୁ ରକ୍ତ ଦାନ ଶିବିର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ହେଉଛି ରେଡ କ୍ରସର ପ୍ରତିଷ୍ଠାତା ହନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ । ଯାହାକି ଏହି ଦିବସକୁ ବିଶ୍ୱ ରେଡ କ୍ରସ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ କମିଶନରେଟ ପୁଲିସ ପକ୍ଷରୁ ଇନଫୋସିଟି ଥାନା ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦ÷ତ୍ୟ ନଗରୀର ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ଓ ଟ୍ରାଫିକ ଡିସିପି ସାଗରୀକା ନାଥଙ୍କ ସମେତ ଅନେକ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ବର୍ତମାନ ସାରା ବିଶ୍ୱରେ କୋରୋନା ଆତଙ୍କ ଜାରୀ ରହିଥିବା ବେଳେ ଏହି ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଏଭଳି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା ସହ ଯେଉଁ ଲୋକମାନେ ରକ୍ତ ଦାନ ଶିବିରକୁ ଆସୁଥିଲେ ସେମାନଙ୍କ ଶରୀରର ତାପମାତ୍ରା ମାପିବା ସହ ଡ୍ରାଣ୍ଡ ସାନିଟାଇଜର ବ୍ୟବହାର କରିବା ପରେ ଶିବିରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା ।