ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଆଉ ନାହାନ୍ତି

ସମ୍ବଲପୁର: ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ । ସମ୍ବଲପୁର ଜିଲ୍ଲା ପରମାଣପୁର ବାରଡୁଙ୍ଗରି ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ କିଛି ଦିନ ତଳେ ସେ ତାଙ୍କ ଗାଧୁଆ ଘରେ ପଡିଯାଇଥିଲେ । ଏହାପରେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଭୋଗକରୁଥିଲେ । ଆଜି ସକାଳୁ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।
ସମ୍ବଲପୁରୀ ତଥା ରାଜ୍ୟ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ । ସେ ୧୯୮୧ ମସିହାରେ ସମ୍ବଲପୁରୀ ନାଟକ ଭୁଖା ପାଇଁ ଅନ୍ତର୍ଜାତୀୟ ଜୁରୀ ପୁରସ୍କାର ପାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପୁସ୍ତକ ଉପରେ ନିର୍ମିତ ହୋଇଥିଲା ଫିଲ ଭୁଖା । ଏହା ବ୍ୟତୀତ ସେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ପ୍ରଥମ ଗୀତିକାର ଭାବେ ସ୍ୱୀକୃତି ପାଇଥିଲେ । ୧୯୩୫, ମେ ୪ ତାରିଖରେ ସେ ହୀରାକୁଦ ବୁଡି ଅଞ୍ଚଳରେ ଥିବା ପିତାପାଲିରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯ।।ଇଛି ।