ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ହୋଲି ପର୍ବ ପାଳିତ

(ତାରାକାନ୍ତ,ଜୟନ୍ତ କୁମାର, ବିଜୟ କୁମାର, ଅଜିତ ସାହୁ): ଦୋଳପୂର୍ଣ୍ଣିମାର ପର୍ବ ସହ ଆରମ୍ଭ ହୋଇଥାଏ ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ ସହ ସବୁଠି ଶୁଭୁଛି ଘଣ୍ଟ ଘଣ୍ଟା ମାର୍ଦଲର ଶବ୍ଦ।ଆଉ ଭକ୍ତର ଦୁଃଖ ଦୂର କରିବାପାଇଁ ପ୍ରଭୁ ରାଧା ବିନୋଦ ଆସୁଛନ୍ତି ଭକ୍ତର ଦୁଆରକୁ।ଓଡ଼ିଶାରେ ରାଧା-କୃଷ୍ଣଙ୍କ ଅବ୍ୟକ୍ତ ପ୍ରେମଲୀଳାର ନିଆରା ପରମ୍ପରା ଦେଖିବାକୁ ମିଳିଛି କଟକଜିଲ୍ଲା ସାଲେପୁର ବ୍ଲକ ସୌରୀପଂଚାୟତର ଚାଟେଶ୍ୱର ମେଳଣ ପଡିଆରେ। ଏହି ମେଳଣର ବୈଶିଷ୍ଟ୍ୟ ଅନେକ ଅଛି। ପ୍ରଭୁଙ୍କ ଆସିବା ପଥରେଏକ କିଲୋମିଟର ଧରି ହଜାର ହଜାର ହଜାର ଭକ୍ତ ଅଧିଆ ପଡ଼ିଥାନ୍ତି।ସେହିପରି ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ସାରଡା ଗ୍ରାମରେ ଦୋଳ ପୁଣ୍ଣିମା ସହ ହୋଲି ଏକ ନିଆରା ଢଙ୍ଗରେ ଗୋପାଳ ଜୁୟୁଙ୍କ ସହ ପାଳନ କରାଯାଇଛି।
ତେବେ ରଂଗର ପର୍ବ ହୋଲି। ଯାହାକି ଭାଇଚାରାର ପର୍ବ। ଏହି ଦିନରେ ରାଗ ରୋଷ, ମାନ ଅଭିମାନ,ସାନ ବଡ଼ ଭେଦ ଭାବ ଭୁଲି, ରଙ୍ଗ ଦେଇ ପରସ୍ପର କୁ ମିଠା ବଣ୍ଟନ କରିଥାନ୍ତି। ତେବେ ଦେଶବ୍ୟାପି ଭୟଙ୍କର ଆତଙ୍କ ସୃଷ୍ଟି କରୁଥିବା କରୋନାକୁ ଦୃଷ୍ଟି ରଖି ସମସ୍ତେ ସାତ ରଙ୍ଗରେ ସଜିତ କେମିକାଲ ରଙ୍ଗ କୁ ଦୁରେଇ ଦେଇ ଅବିର ରଙ୍ଗରେ ହୋଲି ଖେଳିଥିôବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ପରି ପାଟଣାବାସୀ ତଥା ମାର୍କେଟରେ ମଧ୍ୟ ହୋଲି ପର୍ବ ପାଳିତ ହୋଇଯାଇଛି। ସମାଜସେବୀ ବିଦ୍ୟାଧର ଦାଶ,ମାର୍କେଟ କମିଟି ସହଯୋଗ କ୍ରମେ ହୋଲି ପର୍ଵ ପାଳିତ ହୋଇ ଥିବା ବେଳେ ଏବର୍ଷ ମଧ୍ୟ ହୋଲି ପର୍ଵ ପାଳିତ ହୋଇଛି। ପରସ୍ପର ଭିତରେ ଅଭିର ରଙ୍ଗବଳି ବନ୍ଧୁତା ର ଶୁଭେଚ୍ଛା ଜଣାଇ ଆଲିଙ୍ଗନ କରିବା ସହ ମିଠା ଖୁଆବା ଭଳି ପରିବେଶ ପାଟଣା ମାର୍କେଟ ରେ ଦେଖିବାକୁ ମିଳି ଥିଲା। ସେହିପରି ଜଳେଶ୍ୱର ମଧ୍ୟ ସ୍ୱଦେଶୀ ରଙ୍ଗ ରେ ପାଳିତ ହୋଇଛି ହୋଲି। ତେବେ ଚଳିତ ବର୍ଷ ହୋଲିପର୍ବ ପାଇଁ ସୋସିଆଲ ମିଡିଆ ଠୁ ଆରମ୍ଭ କରି ପାନ ଦୋକାନରୁ ପାର୍ଲିଆମେଣ୍ଟ ପର୍ୟ୍ୟନ୍ତ ସବୁଆଡେ ଚର୍ଚ୍ଚା ଓ ଭିନ୍ନ ଭିନ୍ନ ମତ ଦେଖିବାକୁ ଶୁଣିବାକୁ ମିଳୁଛି। କରୋନା ର ଭୟ ହେଉ ବା ସଚେତନତା ପାଇଁ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ସ୍ୱାସ୍ଥ୍ୟ ଓ ଶରୀର ଚିନ୍ତା। ସେଥି ପାଇଁ କିଛି ମଧ୍ୟ ବୟସ୍କ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ବ୍ୟକ୍ତି ଓ ବୁଦ୍ଧିଯିବି ମାନେ ରଙ୍ଗଖେଳ କୁ ବର୍ଜନ କରିବା ସହିତ ଅନ୍ୟ ମାନଙ୍କୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଅନ୍ୟ ପଟେ ଯୁବପିଢ଼ି ଓ ହୁଲି ପ୍ରେମୀ ମାନେ ବେଶ ଧୁମ ଧାମରେ ମାଇକ ଓ ଡିଜେ ବଜାଇ ,ନାଚିକୁଦି ରଙ୍ଗ ମାଖୀ , ମିଠା ବାଣ୍ଟି ରଙ୍ଗର ପର୍ବ ହୋଲି ପର୍ବକୁ ବେଶ ଉପଭୋଗ କରିଥିଲେ। କେବଳ ଚଳିତ ବର୍ଷ ନୁହଁ ପ୍ରତେକ ବର୍ଷ ସ୍ୱଦେଶୀ ଓ ଘରୋଇ ପ୍ରସ୍ତୁତି ରଙ୍ଗକୁ ବ୍ୟବହାର କରି ରଙ୍ଗ ଖେଳିବେ ବୋଲି ପ୍ରତିକ୍ରିୟା ରଖିଚିନ୍ତି ଯୁବ ପିଢ଼ି।