ବିବାହ ପରେ ସାମ୍ନାକୁ ଆସିଲା ଦେଶୀ ଗାର୍ଲ ଙ୍କ ପ୍ରଥମ ଫଟୋ

(ରିିପୋର୍ଟସ ଟୁଡ଼େ): ରିସେପ୍‌ସନ୍‌ ପାର୍ଟି ପୂର୍ବରୁ ବଲିଉଡ୍‌ ‘ଦେଶୀ ଗର୍ଲ୍‌’ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ପରର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଯୋଧପୁରର ଉମେଦ୍ ଭବନରେ ଡିସେମ୍ବର ୧ ଓ ୨ ତାରିଖ, ଦୁଇ ଦିନ ଧରି ଉଭୟ ଖ୍ରୀଷ୍ଟିଆନ୍‌ ଓ ହିନ୍ଦୁ ରୀତିରେ ବିବାହ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଓ ତାଙ୍କ ହଲିଉଡ୍‌ ସ୍ୱାମୀ ନିକ୍‌ ଜୋନସ୍‌ ଆଜି ଦିଲ୍ଲୀରେ ପ୍ରଥମ ରିସେପ୍‌ସନ୍‌ ପାର୍ଟି ଦେଉଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।
ତେବେ ଶୁଣିବାକୁ ମିଲୁଥିଲା, ‘ଦୀପ୍‌ବୀର୍‌’ଙ୍କ ପରି ‘ନିକ୍‌ୟଙ୍କା’ ବାହାଘର ପରେ ସେମାନଙ୍କ ବିବାହ ବେଳର ଫଟୋ ସୋଶାଲ୍‌ ମିଡିଆରେ ଶେୟାର୍‌ କରିବେ। କିନ୍ତୁ ବିବାହ ୨ ଦିନ ପର ଅର୍ଥାତ୍‌ ଆଜିଯାଏ ପ୍ରିୟଙ୍କା ଏହି ଫଟୋ ଶେୟାର୍‌ କରିନାହାନ୍ତି। ଫ୍ୟାନ୍‌ମାନେ ଉଭୟ ପ୍ରିୟଙ୍କା ଓ ନିକ୍‌ଙ୍କୁ ସେହି ବିବାହ ମୂହୂର୍ତ୍ତର ଫଟୋରେ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ସୋମବାର ଏହି ନବବିବାହିତ ଦମ୍ପତିଙ୍କୁ ଯୋଧପୁର ଏୟାର୍‌ପୋର୍ଟ ନିକଟରେ କ୍ୟାମେରାର ଲେନ୍ସ୍‌ କଏଦ୍‌ କରିଛି।
ବାହାଘର ପରେ ‘ନିକ୍‌ୟଙ୍କା’ଙ୍କ ଏହା ପ୍ରଥମ ଯୁଗଳ ଫଟୋ। ଏଥିରେ ଏହି ନ୍ୟୁଲି ମ୍ୟାରେଡ୍‌ କପଲ୍‌ ବେଶ୍‌ ସୁନ୍ଦର ଲାଗୁଛନ୍ତଚି। ବିଶେଷ କରି ପ୍ରିୟଙ୍କା ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ଏକଦମ୍‌ ନୂଆ ବୋହୂ ପରି ଲାଗୁଛନ୍ତି। ପ୍ରିୟଙ୍କା ପିନ୍ଧି ଥିବା ସବୁଜ ରଙ୍ଗର ଶାଢ଼ୀକୁ ହାଇପ୍ରେଫାଇଲ୍‌ ଡିଜାଇନର୍‌ ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି।